ମଙ୍ଗଳ ଗ୍ରହରୁ ମାଟି ଆଣିବାର ଥିଲା ଯୋଜନା, କରୋନାଭାଇରସ ପ୍ରଭାବ ଏଠି ମଧ୍ୟ ଦେଖାଦେଲା, ବୈଜ୍ଞାନିକମାନେ ହେଲେ ତାଯୁବ

ନୂଆଦିଲ୍ଲୀ : କରୋନାଭାଇରସର ପ୍ରକୋପରେ ସମଗ୍ର ବିଶ୍ୱ ଆଜି ଥରହର । ଆମେରିକା ଭଳି ବିକଶିତ ଦେଶ ବି ତା’ ଭୟଙ୍କର ମୃତ୍ୟୁ ତାଣ୍ଡବରୁ ନିସ୍ତାର ପାଉନି । ଏହି ଭାଇରସ ଭଳି କିଛି ଭାଇରସ ପୂର୍ବରୁ ମଧ୍ୟ ଦୁନିଆରେ ହଇଚଇ ସୃଷ୍ଟି କରି ସାରିଛନ୍ତି । ଏପରି ପରିସ୍ଥିତିରେ ମଙ୍ଗଳ ଗ୍ରହରୁ ମାଟିର ନମୁନା ଆଣିବା ବିପଦମୁକ୍ତ ନୁହେଁ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ପ୍ରଥମ ଥର ପାଇଁ ସାରା ବିଶ୍ୱରେ ବ୍ୟାପିଲା ଏମିତି ରୋଗ

ଗତ ୩ ମାସ ଧରି ବିଶ୍ୱର ୨୧୦ଟି ଦେଶରେ କରୋନାଭାଇରସ ବ୍ୟାପି ସାରିଛି । ଏଥିରେ ପ୍ରାୟ ୧୮ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷରୁ ଅଧିକ ।

ଆମେରିକା ଏଥିପାଇଁ ପ୍ରସ୍ତୁତ ନଥିଲା

ଆମେରିକାରେ ପ୍ରାୟ ୫ ଲକ୍ଷ ମାମଲା ସାମ୍ନାକୁ ଆସିଛି । ସେଠାରେ ମୃତ୍ୟୁ ସଂଖ୍ୟା ୧୭ ହଜାର ଅତିକ୍ରମ କରିସାରିଛି । ଆମେରିକାର ଲୋକମାନଙ୍କୁ ଲକଡାଉନ (ତାଲାବନ୍ଦ) ଏବଂ ସାମାଜିକ ଦୂରତା ଭଳି ଉପାୟ ଅସହଜ ମନେ ହେଉଛି । ସେଠାକାର ଅନେକ ଲୋକଙ୍କର  ବିଶ୍ୱାସ ଯେ ସେମାନେ ଏପରି ବିପର୍ଯ୍ୟୟର ମୁକାବିଲା କରିବାକୁ କେବେ ପ୍ରସ୍ତୁତ ନଥିଲେ ।

ବିପଦକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇପାରିବ ନାହିଁ

ଅନେକ ବିଶେଷଜ୍ଞଙ୍କ  ବିଶ୍ଵାସ ଯେ ମଙ୍ଗଳ ଗ୍ରହରୁ ମାଟିର ନମୁନା ଆଣିବାରେ ବିପଦ କମ୍ ଅଛି କିନ୍ତୁ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ । ଏହି ନମୁନାଗୁଡ଼ିକ ଜୈବିକ ବୋମା ହୋଇପାରେ । ଏମିତି ବି ହୋଇପାରେ ଯେ ସେହି ନମୁନାଗୁଡିକ ସହିତ ଏହିପରି ଅଜଣା ସୁକ୍ଷ୍ମ ଜୀବ  ଆସିଯିବେ ପୃଥିବୀ ପୃଷ୍ଠକୁ । ଏଣେ କରୋନାଭାଇରସ ଜନିତ ଏ ବିଶ୍ଵ ସ୍ୱାସ୍ଥ୍ୟ ସଙ୍କଟ ଆମକୁ ଶିକ୍ଷା ଦେଇଛି ଯେ ଆମେ ଏଭଳି ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନାହୁଁ ।

ତାହେଲେ ଆମେ ମଙ୍ଗଳରୁ ମାଟି ଆଣିବାକୁ ପ୍ରସ୍ତୁତ ଥିଲୁ

ହଁ ଆଜ୍ଞା ! କେବଳ ନାସା ନୁହେଁ ବରଂ ଆମେରିକା ବ୍ୟତୀତ ଅନେକ ଦେଶ ଏହି ଦିଗରେ ପଦକ୍ଷେପ ନେଉଛନ୍ତି । ଏଥିରେ ଚୀନ, ଫ୍ରାନ୍ସ, ଜାପାନ, ରୁଷ ମଧ୍ୟ ଅନ୍ତର୍ଭୁକ୍ତ । ନାସାର ଏକ ରୋଭର (ଯାନ) ମଙ୍ଗଳ ଗ୍ରହରେ ପହଞ୍ଚି କିଛି ନମୁନା ସଂଗ୍ରହ କରିସାରିଛି । ଆସନ୍ତା ବର୍ଷ ତାହା ମଙ୍ଗଳ ଗ୍ରହରେ ପରସିଭିୱରେନ୍ସ ନାମକ ଅନ୍ୟ ଏକ ରୋଭର(ଯାନ) ପଠାଇବାକୁ ମଧ୍ୟ ପ୍ରସ୍ତୁତ ହେଉଛି ।  

ଏମ.ଏସ.ଆର. (MSR) ମିଶନ୍

ମଙ୍ଗଳ ଗ୍ରହରୁ ମାଟିର ନମୁନା ଆଣିବାର ଅଭିଯାନକୁ ମଙ୍ଗଳ ନମୁନା ରିଟର୍ନ (MSR) ମିଶନ ନାମରେ ନାମିତ କରାଯାଇଛି ।  ମଙ୍ଗଳରୁ ନମୁନା ଆଣିବା କାମ ଦୁଇଟି ଜିନିଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି । ପ୍ରଥମଟି ମଙ୍ଗଳ ଗ୍ରହରେ ଜୀବ ସତ୍ତା ଖୋଜିବା ଏବଂ ଦ୍ୱିତୀୟଟି ମନୁଷ୍ୟକୁ ମଙ୍ଗଳ ଗ୍ରହକୁ ପଠାଇବା ।

ରୁଷ ଏବଂ ଚୀନ ଗମ୍ଭୀର

ବର୍ତ୍ତମାନ ସୁଦ୍ଧା ନାସା ବ୍ୟତୀତ ରୁଷ ଏବଂ ଚୀନ ମଧ୍ୟ ଏହିପରି  ଅଭିଯାନରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ୟୁରୋପୀୟ ସ୍ପେସ୍ ଏଜେନ୍ସି ସହିତ ନାସା ୨୦୩୨ ସୁଦ୍ଧା ମଙ୍ଗଳ ଗ୍ରହରୁ ମାଟିର ନମୁନା ଆଣିବାକୁ ପ୍ରସ୍ତୁତ ହେଉଥିବାବେଳେ, ଚୀନ ୨୦୩୦ ସୁଦ୍ଧା ମଙ୍ଗଳ ଗ୍ରହରୁ ନମୁନା ଆଣିବାକୁ ଯୋଜନା କରୁଅଛି । ଚୀନ ଏହାର ମହାକାଶ ଯୋଜନାକୁ ନେଇ ବହୁତ ଉଚ୍ଚାଭିଳାଷୀ । ପୃଥିବୀରୁ ଦୃଶ୍ୟମାନ ହେଉନଥିବା ଚନ୍ଦ୍ରର ପଛଭାଗକୁ ମହାକାଶଯାନ ପଠାଇବାରେ ଏହା ପ୍ରଥମ ଦେଶ  ହେଲେ ରୁଷ ଏହି ଯୋଜନାର କୌଣସି ସମୟ ସୀମା ଦେଇନାହିଁ ।

ବୈଜ୍ଞାନିକମାନଙ୍କ ଅନ୍ୟ ମତ

ବୈଜ୍ଞାନିକମାନଙ୍କ ମାନିବା କଥା ହେଉଛି ଯେ  ମଙ୍ଗଳ ଗ୍ରହରୁ ନମୁନା ଆଣିବା ଦ୍ୱାରା ପୃଥିବୀରେ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ । କିନ୍ତୁ ସେମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରମାଣ କରିବାକୁ ଅସମର୍ଥ । ପୃଥିବୀ ବାହାରୁ ଏପରି ସଂକ୍ରମଣର ଆଗମନକୁ ପଶ୍ଚାତ ଦୂଷିତକରଣ (Back Contamination) କୁହାଯାଏ । ଏମିତି ଅନେକ ବୈଜ୍ଞାନିକ ଅଛନ୍ତି, ଯେଉଁମାନେ ବିଶ୍ଵାସ କରନ୍ତି ଯେ ମଙ୍ଗଳ ଗ୍ରହରୁ ନମୁନା ଆଣିବାରେ ସାମାନ୍ୟ ମାତ୍ର ବିପଦ ମଧ୍ୟ ନାହିଁ । ସେଠି ଆଉ କିଛି ବୈଜ୍ଞାନିକଙ୍କ କୁହନ୍ତି ଯେ  ପୃଥିବୀ ବାହାରୁ ଅନେକ ସଂକ୍ରମଣ ଏଠାକୁ ଆସି ସାରିଛି ଯେଉଁସବୁକୁ ଲୁଚାଇ ଦିଆଯାଇଛି ।

କରୋନା, ଚିନ୍ତାଧାରା ପରିବର୍ତ୍ତନ କରଉଛି

ଅବଶ୍ୟ, ଯେଉଁଠି ବୈଜ୍ଞାନିକମାନଙ୍କ ମଧ୍ୟରେ ଏହି କଥାକୁ ନେଇ ମତଭେଦ ସେଠାରେ ମଙ୍ଗଳ ଗ୍ରହରୁ ନମୁନା ଆଣିବା ପାଇଁ କେତେ ତତ୍ପରତା । ପୁଣି କରୋନାଭାଇରସର ପ୍ରକୋପ ଏହି ବିତର୍କକୁ ଏକ ନୂଆ ଦିଗ ଦେଇଛି । କାରଣ ଏହି ଭାଇରସ ବିଶ୍ୱରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ସହିତ ବୈଜ୍ଞାନିକମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ମଧ୍ୟ ଭୂମିକା ଗ୍ରହଣ କରୁଛି ।   

Leave a Reply

Your email address will not be published. Required fields are marked *