ନିଜକୁ ଗୁଳି କଲେ ସୁରକ୍ଷାକର୍ମୀ ! ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଅନ୍ୟକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ଜଣେ ସୁରକ୍ଷାକର୍ମୀ ନିଜକୁ ଗୁଳି ମାରିଥିବା ନେଇ ସୂଚନା ମିଳିଛି । ବୁଧବାର ଦିନ ସନ୍ଧ୍ୟାରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାର ସୈନ୍ତଳା ବ୍ଲକରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଲଲିତ ରାୟ ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁଯାୟୀ ଲଲିତ ଏକ ଗୁଳି କାରଖାନାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ଗତ ଦୁଇ ଦିନରୁ ସେ କୌଣସି ମାନସିକ ଚାପରେ ଥିଲେ ବୋଲି ତାଙ୍କ ସହକର୍ମୀମାନେ ବୟାନ ଦେଇଛନ୍ତି ।

ସେ ନିଜକୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ସୂଚନାନୁସାରେ ମୃତଦେହକୁ କାରଖାନାରେ ରଖାଯାଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରି ନାହିଁ । ମୃତ୍ୟୁର କାରଣ ବି ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

ଅନ୍ୟପକ୍ଷରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ହେଲେ ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ତଥା ଗୋଳାବାରୁଦ କାରଖାନାର ମୂଳ କ୍ଷେତ୍ର ଭିତରେ ଆସୁଥିବାରୁ ପୋଲିସ ସ୍ପଷ୍ଟ ସୂଚନା ପାଇନାହିଁ ।

Leave a Reply

Your email address will not be published. Required fields are marked *