ପିଲାଦିନର ଫଟୋ ଦେଖି ଏହି ବଲିଉଡ଼ ତାରକାଙ୍କୁ ଚିହ୍ନିବା କଷ୍ଟକର : ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିଯିବେ

ରାକ୍ଷୀ ସାୱନ୍ତ ଯେମିତି ଜଣେ ଉତ୍ତମ ନୃତ୍ୟଶିଳ୍ପୀ ସେହିପରି ଚିତ୍ତାକର୍ଷକ ମଧ୍ୟ । ବିଗ୍ ବସ୍ ୧୪ ପରଠାରୁ ହିଁ ସେ କ୍ରମାଗତ ଭାବରେ ଗଣମାଧ୍ୟମରେ ଛାଇ ରହିଛନ୍ତି । ତାଙ୍କର ଫଟୋ ତଥା ପୋଷ୍ଟଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ରାକ୍ଷୀ ତାଙ୍କ ପିଲାଦିନର ଅନେକ ଫଟୋ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ରାକ୍ଷୀ ତାଙ୍କ ପିଲାଦିନର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ଲମ୍ବା କେଶ ଖୁବ ଆକର୍ଷଣୀୟ ଯେଉଁଥିରେ ସେ ତାଙ୍କ ମା’ ଜୟା ସାୱନ୍ତଙ୍କ ସହିତ ଅଛନ୍ତି । ପିଲାବେଳୁ ଆଜି ପର୍ଯ୍ୟନ୍ତ ସେ ଅନେକ ମାତ୍ରାରେ ବଦଳି ଯାଇଛନ୍ତି ଯାହା ଫଟୋରେ ସ୍ପଷ୍ଟ ଦିଶୁଛି । ନିଜର ଫଟୋ ଶେୟାର କରି ରାକ୍ଷୀ ଲେଖିଛନ୍ତି ଯେ ମୁଁ ମୋ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛି । କିନ୍ତୁ ଆଜି ମୁଁ ଯେଉଁଠି ଅଛି ତାକୁ ନେଇ ମୁଁ ବହୁତ ଖୁସି । ମୋ ପିଲାଦିନର ଫଟୋ ଦେଖି କୁହନ୍ତୁ ତ ମୁଁ କେମିତି ଲାଗୁଛି …

ରାକ୍ଷୀଙ୍କ ପ୍ରଶଂସକମାନେ ଶେୟାର କରାଯାଇଥିବା ଫଟୋଗୁଡ଼ିକରେ ଜମେଇ କରି ମତାମତ ଦେଉଛନ୍ତି । କିଛି ଲୋକ ତାଙ୍କୁ ସୁନ୍ଦର କହୁଥିବା ବେଳେ କିଛି ଲୋକ ଥଟ୍ଟା ପରିହାସ ପ୍ରତିକ୍ରିୟା ରଖୁଛନ୍ତି । କେହି କେହି ତ କହୁଛନ୍ତି ଯେ ତମେ କେତେ ନିରୀହ ଥିଲ, କେମିତି ହେଇଗଲା ! ବିଗ୍ ବସ୍ ଘରୁ ବାହାରିବା ପରେ ପରେ ରାକ୍ଷୀଙ୍କୁ ଅନେକ ପ୍ରୋଜେକ୍ଟର ଅଫର୍ ଆସିଲାଣି । ଏମିତିକି ଆଗାମୀ ୱେବ୍ ସିରିଜର ଏକ କ୍ଲିପ୍ ରାକ୍ଷୀ ଶେୟାର ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *