ଭିଡ଼ିଓ : ଆଉ ଶ୍ଵଶୁର ଘର ନୁହେଁ , ଏହି ସ୍ଥାନରେ ରହିବେ ତପସ୍ଵିନୀ, ଦେଖନ୍ତୁ ଏହାକୁ ନେଇ କଣ କହିଲେ ଓକିଲ ମାନସ ଚାନ୍ଦ !

ସଂସ୍କାର: ରାଜ୍ୟରେ ଦୀର୍ଘ ୩ ମାସ ହେବ ଗୋଟିଏ ଖବର ଖୁବ ଚର୍ଚ୍ଚାରେ ରହିଛି। ଆଉ ତାହା ହେଲା ବ୍ରହ୍ମପୁରର ଡାକ୍ତର ସୁମିତ୍ ଦାଶ ଆଉ ତାଙ୍କର ପ୍ରେମିକାରୁ ସ୍ତ୍ରୀ ସାଜିଥିବା ତପସ୍ଵିନୀ। ତେବେ ତପସ୍ଵିନୀ ଓ ସୁମିତଙ୍କର ପାରିବାରିକ ବିବାଦ ମାମଲା ବର୍ତ୍ତମାନ ନୂଆ ମୋଡ଼ ନେଇଛି। ଏହି ମାମଲା ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି। ତେବେ ଜିଲ୍ଲାକୋର୍ଟଙ୍କ ପୂର୍ବ ଶୁଣାଣିରେ ସୁମିତଙ୍କ ଘରେ ବର୍ତ୍ତମାନ ତପସ୍ଵିନୀ ରହୁଛନ୍ତି।

ଆଉ ସୁମିତ୍ ବି ଜିଲ୍ଲାକୋର୍ଟଙ୍କ ଆଦେଶକୁ ପାଳନ କରି ତପସ୍ଵିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ସୁମିତ୍ ଗୋଟିଏ ଥର ହିଁ ଡିମାଣ୍ଡ ଡ୍ରାଫ୍ଟ ( ଡିଡି) ଆକାରରେ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେଇଛନ୍ତି।

ତେବେ ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୁମିତ ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁମିତ ହାଇକୋର୍ଟଙ୍କୁ ଏହି ଅପିଲ କରିଥିଲେ ଓ ହାଇକୋର୍ଟ ଏହି ଅପିଲକୁ ଗ୍ରହଣ କରିଛନ୍ତି।

ତେବେ ଏହାରି ମଧ୍ୟରେ ତପସ୍ଵିନୀଙ୍କ ଓକିଲ ମାନସ ଚାନ୍ଦ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ମାନସ ଚାନ୍ଦ ରାଜ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଆଜି ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ଶୁଣାଣି ହୋଇଛି। ସେଥିରେ ସୁମିତ ଅପିଲ କରିଥିଲେ ୧୭ ହଜାର ଟଙ୍କାକୁ କମ କରି ୧୦ ହଜାର ଟଙ୍କା କରାଯାଉ।

ଏହା ସହିତ ତପସ୍ଵିନୀ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ସୁମିତଙ୍କ ମା ଓ ବୁଢୀ ମା ମଧ୍ୟ ଅଛନ୍ତି ଏବଂ ତାଙ୍କ ବୁଢୀ ମାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ସେ ତପସ୍ଵିନୀଙ୍କୁ ଏକ ଅଲଗା ଜାଗାରେ ରଖିବା ପାଇଁ ଚାହୁଁଛନ୍ତି । ଏନେଇ କୋର୍ଟ କେଉଁ ଜାଗାରେ ସୁମିତ ତପସ୍ଵିନୀଙ୍କୁ ରଖିବେ ତାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣିରେ ସୁମିତ ଏହା ବିଷୟରେ କୋର୍ଟରେ କହିବେ ହେଲେ ସେତିକି ଦିନ ପର୍ଯ୍ୟନ୍ତ ତପସ୍ଵିନୀ ନିଜ ଶଶୁର ଘରେ ରହିବେ’ ।

ଆଗକୁ ମାନସ କହିଛନ୍ତି-‘୧୭ ହଜାର ଟଙ୍କାକୁ ମାନ୍ୟବର କୋର୍ଟ କମାଇ ୧୦ ହଜାର ଟଙ୍କା କରିଛନ୍ତି । ସୁମିତଙ୍କ ପ୍ରାର୍ଥନା ଥିଲା ଯେ, ସେ ତପସ୍ଵିନୀଙ୍କୁ ଏକ ଅଲଗା ଜାଗାରେ ରଖିବେ । ତେଣୁ କୋର୍ଟ ତାଙ୍କୁ ସମୟ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨୮ ମାର୍ଚ୍ଚରେ ରହିଛି’।

Leave a Reply

Your email address will not be published. Required fields are marked *