ରାଜଧାନୀରେ ଲଜ୍ଜା: ମୋ ବସରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରି ଚାଲିଲେ ଯୁବକ, ଦେଖନ୍ତୁ Viral Video…

ସଂସ୍କାର : ଦିନକୁ ଦିନ ନାରୀଜାତିଙ୍କୁ ନେଇ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। ତେବେ ରାଜଧାନୀ ଭୁବନେଶ୍ୱର ଘଟିଥିବା ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶା ସରକାରଙ୍କ ମୋ ବସରେ ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା। ଭିଡର ସୁଯୋଗ ନେଇ ମୋ ବସ୍ ରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ସହ ଅସଦାଚାରଣ କରିଛନ୍ତି ଜଣେ ଯୁବକ । 

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମ୍ପର୍କୀତ କୌଣସି ଅଭିଯୋଗ ଥାନାକୁ ଆସିନାହିଁ। ଅନ୍ୟପଟେ ଭାଇରାଲ୍ ଭିଡିଓରେ ଦେଖାଯାଉଥିବା ଏହି ଚିତ୍ର ସଂପୃକ୍ତ ଯୁବତୀଙ୍କ ଇଚ୍ଛାରେ ହେଉଥିଲା ନା ଅନିଚ୍ଛାରେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାହିଁକିନା ଯେଉଁ ଯୁବତୀଙ୍କ ଦେହରେ ସଂପୃକ୍ତ ଯୁବକ ଜଣଙ୍କ ହାତ ମାରୁଛନ୍ତି ଏହାର ପ୍ରତିବାଦର କୌଣସି ଝଲକ ଦେଖା ଯାଉନାହିଁ ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ଲଗାତାର ଯୁବତୀଙ୍କ ଛାତିରେ ହାତ ମାରିବା ସହ ମହିଳାଙ୍କ ସ୍ତନକୁ ଆଉଁସୁଛନ୍ତି । ଏପରିକି ମଝିରେ ମଝିରେ ସ୍ତନକୁ ଚିପୁଛନ୍ତି । ତେବେ ସରକାରୀ ମୋ ବସ୍ ରେ ଏମିତି ଘଟଣା ଘଟିବା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ହୁଏତ ଏମିତି ସବୁଦିନେ ଘଟୁଥାଇ ପାରେ । ହୁଏତ ପ୍ରତ୍ୟେକ ଦିନ ଯୁବତୀ ଓ ମହିଳାମାନଙ୍କୁ ଏଭଳି ଅସାଦାଚରଣର ଶିକାର ହେବାକୁ ପଡ଼ୁଥିବ ଏବଂ ସୁରକ୍ଷା କାରଣରୁ ଏନେଇ ମୁହଁ ଖୋଲୁ ନଥିବେ । ତେବେ ଆଜିର ଏ ଚିତ୍ର ନିହାତି ଭାବେ ସଭ୍ୟ ସମାନ ପାଇଁ ଏକ କଳଙ୍କ ନିଶ୍ଚୟ ।

Leave a Reply

Your email address will not be published. Required fields are marked *