ସଂସ୍କାର: ୪ ମାର୍ଚ୍ଚ , ଆଜିର ଦିନକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଖୁସି ଥିଲା। କାରଣ ଭାରତୀୟ କ୍ରିକେଟ୍ ସହିତ ବିଶ୍ୱ କ୍ରିକେଟରେ ମଧ୍ୟ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଥିଲା। ଆଉ ସେୟା ହେଲା କ୍ରିକେଟର ରନ ମେସିନ୍ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଗୋଟିଏ ପଟେ ବିରାଟଙ୍କର ୧୦୦ ତମ ଟେଷ୍ଟ ମ୍ୟାଚକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉତ୍ସାହିତ ଥିବା ବେଳେ, ଏହି ଖୁସିରେ ଲାଗିଗଲା ରାତିର କଳା ବାଦଲ।
ଏହି ସମୟ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହା ଶୁଣି ଶୋକର ନିରବତା ସାରା ବିଶ୍ୱରେ ଲାଗିଯାଇଛି। କାରଣ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର କିମ୍ବଦନ୍ତୀ ସ୍ପିନ୍ ବୋଲର ଶେନ ୱାର୍ଣ୍ଣଙ୍କ ଦେହାନ୍ତ ହୋଇଛି। ସେ ୫୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ୱାର୍ଣ୍ଣଙ୍କ ମୃତ୍ୟୁକୁ କେହି ବି ବିଶ୍ୱାସ କରିପାରୁନାହାନ୍ତି। ତେବେ ଶେନ ୱାର୍ଣ୍ଣଙ୍କ ମୃତ୍ୟୁର କାରଣ ହେଉଛି ହୃଦଘାତ।
ଆଜି କ୍ରିକେଟ୍ ଜଗତ ଜଣେ ବଡ ତାରକାଙ୍କୁ ହରାଇଛି।ୱାର୍ଣ୍ଣ ଆଜି ସକାଳେ ତାଙ୍କ ସହକର୍ମୀ ରୋଡ ମାର୍ଶଙ୍କ ଦେହାନ୍ତର ଏକ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଥିଲେ। ଆଉ ସନ୍ଧ୍ୟାରେ ସେ ନିଜେ ସମସ୍ତଙ୍କୁ ଛାଡି ଚାଲିଗଲେ।
ତେବେ ୱାର୍ଣ୍ଣ ସିଗାରେଟ୍ ଏବଂ ମଦ୍ୟପାନ ନିଶାରେ ବୁଡି ରହୁଥିଲେ। ଆଉ ନିଶା ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ଆଲୋଚନା ହେଉଛି। ଶେନ ୱାର୍ଣ୍ଣ କ୍ରିକେଟ୍ ପଡିଆରେ ମଧ୍ୟ ସିଗାରେଟ୍ ନିଶାରେ ଥିବାର ଅନେକ ବାର ଦେଖାଯାଇଛି।
କେବଳ ଏତିକି ନୁହେଁ, ସେ ମଦ୍ୟପାନ କରି ମଧ୍ୟ ଗାଡି ଚଳାଉଥିଲେ। ତେବେ ସେ ୨୩ ବର୍ଷ ବୟସରେ ୧୯୯୨ ରେ ଭାରତ ବିପକ୍ଷରେ ସିଡନୀ ଟେଷ୍ଟରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଆଉ ସେ ଜାନୁଆରୀ ୨୦୦୭ ରେ ସିଡନୀରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।