ଓଡ଼ିଶାର ଏହି ସ୍ଥାନରେ ମହିଳାଙ୍କୁ ଲଣ୍ଡା କରି , ମୁହଁରେ କଳା ବୋଳି ରାସ୍ତାରେ ଚଲାଇଲେ ସ୍ଥାନୀୟ ଲୋକେ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା…

ସଂସ୍କାର : ଜଣେ ୪୦ ବର୍ଷୀୟ ମହିଳାଙ୍କ ସହିତ ସ୍ଥାନୀୟ ଲୋକେ କରିଛନ୍ତି ଏକ ଅଭାବନୀୟ କାଣ୍ଡ। ଯାହାକି ମନୁଷ୍ୟ ସମାଜର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ ଲଣ୍ଡା କରି, ତାଙ୍କ ମୁହଁରେ କଳା ବୋଳି ରାସ୍ତାରେ ଚଲାଇଲେ। ଆଉ ମହିଳା ଜଣକ ମଧ୍ୟ ଏହି ସବୁ ଘଟଣାକୁ ମୁଣ୍ଡ ପୋତି ସହ୍ୟ କରିଗଲେ। କାରଣ ଭୁଲ୍ ଥିଲା ଏହି ମହିଳାଙ୍କର।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ। ଜାତୀୟ ଗଣମାଧ୍ୟମ ଲାଇଭ୍ ହିନ୍ଦୁସ୍ତାନର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାରେ ମାନବିକତାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୁଣ୍ଡର ସମସ୍ତ ଚୁଟି କାଟିବା ସହ ତାଙ୍କ ମୁହଁରେ କାଦୁଅ ଓ କଳା ଲଗାଇ ମହିଳାଙ୍କୁ ରାସ୍ତାରେ ଚଲାଇଛନ୍ତି ସ୍ଥାନୀୟ ଲୋକେ। ତେବେ ଏହି ଘଟଣା ବାବଦରେ ମଙ୍ଗଳବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏହି ମହିଳା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ମଞ୍ଜୁର କରିବାକୁ ପ୍ରତିଶୃତି ଦେଇ ସେମାନଙ୍କୁ ପ୍ରତାରଣା କରିଛନ୍ତି।

ପୋଲିସ୍ ଅଧିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ପଟ୍ଟାମୁଣ୍ଡାଇ ଗ୍ରାମରେ ଏହି ଘଟଣା ଘଟିଥିଲା ଏବଂ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଋଣ ମଞ୍ଜୁର କରିବା ପାଇଁ ମହିଳା ଜଣକ ୧୨ ହଜାର ଟଙ୍କା ନେଇଛନ୍ତି ଏବଂ ଋଣ କରାଇ ଦେବେ ବୋଲି ଆଶ୍ୱାସନା ଦେଇଥିଲେ, କିନ୍ତୁ କରାଇ ଦେଲେନାହିଁ ବୋଲି ପୋଲିସ୍ କହିଛି। ଏହି ସମାନ କଥା ମଧ୍ୟ ପୀଡିତା ମହିଳା କହିଛନ୍ତି।

ସେ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଲୋକ ତାଙ୍କ ନିକଟରୁ ୨୫ ହଜାର ଟଙ୍କା ଏବଂ କିଛି ଅଳଙ୍କାର ନେଇଯାଇଛନ୍ତି। ତେବେ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର ତପନ ରାଉତ କହିଛନ୍ତି ଯେ ପୀଡିତାଙ୍କଠାରୁ ଅଭିଯୋଗ ପାଇବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛୁ। ଭିଡିଓଗ୍ରାଫି ପ୍ରମାଣକୁ ଆଧାର କରି ଅତି କମରେ ୧୦ ଜଣ ମହିଳାଙ୍କୁ ଆମେ ଗିରଫ କରିଛୁ ବୋଲି ପୋଲିସ୍ କହିଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *