କାହିଁକି ଦୁଇଟି ପିଲାର ମା’ଙ୍କୁ ବିବାହ କରିଥିଲେ ଶିଖର ଧାୱନ୍‌ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Shikhar Dhawan's wife Aesha Mukerji love story

ଭାରତୀୟ କ୍ରିକେଟ୍‌ ଦଳର ଏକ ପ୍ରମୁଖ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାବରେ ଜଣା ଶୁଣା ଶିଖର ଧଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି ତାହାଠାରୁ ଅଧିକା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ ସେତିକି ଚର୍ଚ୍ଚାରେ। ସେ ଭାରତର ଏକ ନିର୍ଭର ଯୋଗ୍ୟ ଓପନର ବେଟ୍ସମେନ ଅଟନ୍ତି। କିନ୍ତୁ ତାଙ୍କ ବ୍ୟକ୍ତି ଗତ ଜୀବନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ଆୟେଶା ମୁଖାର୍ଜୀଙ୍କ ସହ ଧଓ୍ବନ ବିବାହ କରିଥିଲେ। ଆୟେଶା ଶିଖର ଧାଓ୍ବନଙ୍କଠାରୁ ୭ ବର୍ଷ ବଡ଼ ଏବଂ ବାହାଘର ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ଫେସ୍‌ବୁକ ଜରିଆରେ ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

କିନ୍ତୁ ଶିଖର କିନ୍ତୁ ଜାଣି ନ ଥିଲେ ଯେ ଆୟେଶା ପୂର୍ବରୁ ବିବାହିତା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ବୋଲି । ଯେତେବେଳେ ଶିଖର ତାଙ୍କୁ ନିଜର ଭଲ ପାଇବା କଥା କହିଥିଲେ ସେତେବେଳେ ଆୟେଶା ତାଙ୍କ ଅତୀତ କଥା ସବୁ କହିଥିଲେ। ପେସାରେ ବକ୍ସର ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।

ହେଲେ ଶିଖର ସବୁ କଥା ଜାଣିଲା ପରେ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ। ଏହାକୁ ଆପଣ ପକୃତ ଭଲ ପାଇବା ବିଲି କହିପାରନ୍ତି ହେଲେ ବିବାହ ପରେ ଧଓ୍ବନ ଆୟେଶା ଏବଂ ତାଙ୍କ ଦୁଇ ଝିଅକୁ ନିଜ ପାଖରେ ରଖି ଥିଲେ। ଏବଂ ଏବେ ମଧ୍ୟ ତାଙ୍କର ଏକ ପୁଅ ଅଛି।

କିନ୍ତୁ କିଛି ଦିନ ପୂର୍ବେ ଆପଣ ଜାଣିଥିବେ କ୍ରିକେଟର ଶିଖର ଧୱନ ଏବଂ ବକ୍ସର ଆୟେଶା ମଧ୍ୟରେ ଡିଭର୍ସ ହୋଇଥିଲା, ଏହା ବିସିସିଆଇ ଦ୍ୱାରା ଟି- 20 ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିବାର କିଛି ଦିନ ପୂର୍ବରୁ ହିଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ। ଏବଂ ଶିଖର ଧୱନ ଟି- 20 ବିଶ୍ୱକପ ଦଳରୁ ବାଦ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *