ସଂସ୍କାର : ସମଗ୍ର ଭାରତବର୍ଷରେ ବର୍ତ୍ତମାନ ଚର୍ଚ୍ଚା ପରିସରରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା । ନିକଟରେ ରାଜ୍ କୁନ୍ଦ୍ରାଙ୍କୁ ଶର୍ଟ ପନୋଗ୍ରାଫି ଚଳଚ୍ଚିତ୍ର ତିଆରି କରିବା ଅପରାଧରେ ମୁମ୍ବାଇ ପୋଲିସ ଗିରଫ କରିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ତେବେ ଆଜି ଏଠାରେ ଆମେ ଆପଣମାନଙ୍କୁ କହିବୁ ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିଳାସମୟ ବାହାଘର ସମ୍ପର୍କରେ ।
ଏହି ଦୁହିଁଙ୍କର ବିବାହ ଥିଲା ବଲିଉଡ୍ର ଏକ ନାମୀଦାମୀ ବିବାହ ମଧ୍ୟରୁ ଅନ୍ୟତମ । ଗୋଟିଏ ପଟେ ନିଜର ଅଭିନୟ ଯାଦୁରେ ପ୍ରଶଂସକଙ୍କ ମନରେ ଘର କରିସାରିଥିବା ଶିଳ୍ପା ସେଟ୍ଟୀଙ୍କ ବାହାଘରକୁ ସହଜରେ ଗ୍ରହଣ କରିପାରୁନଥିଲେ ତାଙ୍କର ପ୍ରିୟ ପ୍ରଶଂସକମାନେ ।ତେବେ ଶିଳ୍ପାଙ୍କ ବିବାହ ପୂର୍ବରୁ ତାଙ୍କ ନାମ ଖୀଲାଡି କୁମାର ଅକ୍ଷୟଙ୍କ ସହ ଯୋଡା ଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତଙ୍କ କଥାକୁ ଭୁଲ୍ ପ୍ରମାଣିତ କରି ଶିଳ୍ପା ଲଣ୍ଡନର ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ।
୨୦୦୯ ମସିହା ନଭେମ୍ବର ମାସ ୨୨ ତାରିଖ ଦିନ ବହୁ ଯାକଜମକରେ ରାଜ୍ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା । ଗୋଟିଏ ପଟେ ଶିଳ୍ପାଙ୍କ ଏହା ପ୍ରଥମ ବିବାହ ଥିବା ବେଳେ, ରାଜ୍ କୁନ୍ଦ୍ରାଙ୍କ ପାଇଁ ଏହି ବିବାହ ଥିଲା ଦ୍ୱିତୀୟ । ଅର୍ଥାତ୍ ରାଜ୍ କ୍ୁନ୍ଦ୍ରା ଶିଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନିଜର ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ରାଜ୍ କୁନ୍ଦ୍ରା ବଲିଉଡର ଗ୍ଲାମରସ୍ ଗାର୍ଲ୍ ଶିଳ୍ପା ସେଟ୍ଟୀଙ୍କୁ ବିବାହ କରିଥିଲେ । ଅନ୍ୟପଟେ ରାଜ୍ କୁନ୍ଦ୍ରାଙ୍କ ବଲିଉଡ୍ ସହ କୌଣସି ସମ୍ପର୍କ ନଥିଲା । କିନ୍ତୁ ବଲିଉଡ୍ ସହ କୌଣସି ସମ୍ପର୍କ ନଥାଇ ମଧ୍ୟ ସେ ବଲିଉଡ୍ର ଗ୍ଲାମରସ୍ ଗାର୍ଲ୍ ଶିଳ୍ପା ସେଟ୍ଟୀଙ୍କୁ ବିବାହ କରିଥିଲେ , ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ତେବେ ଶିଳ୍ପା ସେଟ୍ଟୀ ନିଜର ବାହାଘରରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଶାଢ଼ି ଓ ଲେହେଙ୍ଗା ପିନ୍ଧିଥିବା ବେଳେ, ପ୍ରାୟ ୩ କୋଟି ଟଙ୍କାର ଗହଣା ପରିଧାନ କରିଥିଲେ । ଶିଳ୍ପା ଓ ରାଜ୍ଙ୍କ ବାହାଘରରେ ବଲିଉଡ୍ର ଅନେକ ଆଗଧାଡିର ଅଭିନେତା ଓ ଅଭିନେତ୍ରୀ ସମୂହ ଉପସ୍ଥିତି ଥିଲେ । ଅନ୍ୟପକ୍ଷରେ ରାଜ୍ ଓ ଶିଳ୍ପା ଲଣ୍ଡନରେ ଦେଖାସାକ୍ଷାତ ହୋଇଥିଲେ । ନିଜର ଅତର କମ୍ପାନୀର ପ୍ରମୋଶନ୍ କରିବା ପାଇଁ ରାଜ୍, ଶିଳ୍ପାଙ୍କୁ ଡକାଇଥିଲେ । ଆଉ ଲଣ୍ଡନରେ ହିଁ ଦୁହେଁ ଦୁହିଁଙ୍କୁ ମନ ଦେଇଥିଲେ । କିନ୍ତୁ କ୍ୟାରିୟର ଗଢ଼ିବା ନିଶାରେ ଶିଳ୍ପା ମିଡିଆ ଆଗରେ ଏହି ଖବର ପ୍ରକାଶ କରୁନଥିଲେ । କିନ୍ତୁ ପରବର୍ତ୍ତୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟା କରି ରାଜ୍ କୁନ୍ଦ୍ରାଙ୍କୁ ବହୁ ଯାକଜମକରେ ବିବାହ କରିଥିଲେ ଶିଳ୍ପା । ଆଉ ଏବେ ରାଜ୍ କୁନ୍ଦ୍ରାଙ୍କ ସବୁ କଲାକର୍ମ ବାହରକୁ ଆସିଛି । ସେ ଅଶ୍ଳୀଳ ଭିଡିଓ ତିଆରି କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଅଧିନରେ ରହିଛନ୍ତି । କିନ୍ତୁ ଅନ୍ୟପଟେ ଶିଳ୍ପା କହୁଛନ୍ତି ଯେ, ମୋ ସ୍ୱାମୀ ଏପରି କରିନାହାନ୍ତି ।