ସଂସ୍କାର:- ଅଶ୍ଳୀଳ ଶର୍ଟ ଭିଡ଼ିଓ ତଥା ଅଶ୍ଳୀଳ ଚଳଚ୍ଚିତ୍ର ତିଆରି କରିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ଖବର ବର୍ତ୍ତମାନ ଦେଶରେ ଏକ ପ୍ରକାରର ଚର୍ଚ୍ଚା ଚାଲିଛି। ତେବେ ସ୍ୱାମୀଙ୍କ ଏହି କଲାକର୍ମର ଫଳ ଭୋଗୁଛନ୍ତି ବର୍ତ୍ତମାନ ଶିଳ୍ପା ଶେଟ୍ଟୀ। ମାନେ ଶିଳ୍ପା ଓ ରାଜ୍ ଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକମାନେ ଖୁବ ଟ୍ରୋଲ୍ କରୁଛନ୍ତି। ଅନ୍ୟପଟେ ଶିଳ୍ପାଙ୍କ ଉପରେ ମିମିସ୍ ପୋଷ୍ଟ କରାଯାଉଛି। ଏହି ମିମିସ୍ ରେ ରାଜ୍ କୁନ୍ଦ୍ରା ମଧ୍ୟ ସାମିଲ ରହିଛନ୍ତି। ତେବେ ରାଜ ଗିରଫ ହେବା ପରଠାରୁ ଶିଳ୍ପା ଶେଟ୍ଟୀ କିଛି ବି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜ୍ ଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି।ଶିଳ୍ପା ଏହି ପୋଷ୍ଟରେ ସେ ଏକ ବହିର କିଛି ଲେଖାକୁ ସ୍ଥାନ ଦେଇଛନ୍ତି।
ଶିଳ୍ପା ସୋସିଆଲ ମିଡିଆ ପୋଷ୍ଟରେ ଜେମ୍ସ ଥର୍ବର୍ ଲେଖିଥିବା କିଛି ଲେଖାକୁ ପୋଷ୍ଟ କରିଛନ୍ତି। ଏଥିରେ ଲେଖାଅଛି, ‘କ୍ରୋଧରେ ଏବଂ ଭୟରୁ ପଛକୁ ଚାହିଁବ ନାହିଁ, କିନ୍ତୁ ଚାରିପାଖକୁ ଦେଖି ସଚେତନ ରୁହ। ଯେଉଁମାନେ ଆମକୁ ଆଘାତ ଦେଇଛନ୍ତି, ଆମେ ଯେଉଁ ଚାପ ସହିଛୁ, ଦୁର୍ଭାଗ୍ୟ ସହିଛୁ, ସେମାନଙ୍କ ଉପରେ ଆମେ କ୍ରୋଧିତ ହୋଇ ପଛକୁ ଚାହିଁଥାଉ। ଆମର ଭୟ ଥାଏ ଯେ ଆମେ କେଉଁ ସମୟରେ ବି ଚାକିରୀ ହରାଇବୁ , ଅସୁସ୍ଥ ହୋଇଯିବୁ କିମ୍ବା ମୃତ୍ୟୁ ମୁଖରେ ପଡିପାରୁ | ତେବେ ଆମକୁ ଏପରି ନ ଡରି ଆମ ନିଜ ଉପରେ ଉନ୍ନତି ଆଣିବାକୁ ପଡିବ |
କ’ଣ ଘଟିଛି କିମ୍ବା କ’ଣ ହୋଇଥାଇପାରେ ସେ ବିଷୟରେ ମୁଁ ଚିନ୍ତା କରୁ ନାହିଁ। ମୁଁ ବଞ୍ଚିଥିବାରୁ ନିଜକୁ ସୌଭାଗ୍ୟବାନ୍ ମଣେ। ଏହା ଭାବି ମୁଁ ଏକ ଦୀର୍ଘ ନିଶ୍ୱାସ ନିଏ , ମୁଁ ପୂର୍ବରୁ ଚ୍ୟାଲେଞ୍ଜରୁ ବଞ୍ଚିଛି ଏବଂ ଭବିଷ୍ୟତରେ ମଧ୍ୟ ଚ୍ୟାଲେଞ୍ଜରୁ ବଞ୍ଚିବି | କୌଣସି ଆବଶ୍ୟକତା ମୋତେ ଆଜି ମୋ ଜୀବନ ବଞ୍ଚାଇବାକୁ ଅଟକାଇ ପାରିବ ନାହିଁ |
ତେବେ ଶିଳ୍ପା ଶେଟ୍ଟୀଙ୍କ ବହୁ ଦିନ ପରେ ଚଳଚ୍ଚିତ୍ର ହଙ୍ଗାମା-୨ ଦ୍ୱାରା ବଲିଉଡକୁ କମବ୍ୟାକ୍ କରିଥିବା ବେଳେ ଏହି ଚଳଚିତ୍ର ଗତ ୨୩ ତାରିଖରେ ମୁକ୍ତିଲାଭ କରିଛି ଏବଂ ଅନ୍ୟପଟେ ରାଜଙ୍କ ଗିରଫ ପରେ ଶିଳ୍ପା କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏପରିକି ସେ ତାଙ୍କ ସୁଟିଂ କାର୍ଯ୍ୟସୂଚୀ ଛାଡିଦେଇଛନ୍ତି।