ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ, ଜାଣନ୍ତୁ କେଉଁଠି ଚାଲିଥିଲା ଅଶ୍ଳୀଳ ଫିଲ୍ମ ର ସୁଟିଂ ଏବଂ କିଭଳି ହେଲା ଖୁଲାସା

Shilpa Shetty Husband Raj Kundra Arrested For Making pornographic pictures

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି କିଛି ଆପରେ ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସ କହିଛି ଯେ ଅଶ୍ଳୀଳ ଚିତ୍ର ତିଆରି ପାଇଁ ଚଳିତ ବର୍ଷ ଫେବୃଆରୀରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ଏକ ମାମଲା ଦାୟର କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଏହି ଚିତ୍ରଗୁଡ଼ିକ କିଛି ଆପ୍ ମାଧ୍ୟମରେ ନିର୍ମାଣ କରି ଏବଂ ପ୍ରସାରଣ କରାଯାଉ ଥିଲା। ଏହି ପରିପ୍ରେକ୍ଷୀରେ ରାଜ କୁନ୍ଦ୍ରାଙ୍କ ନାମ ପ୍ରକାଶ ପାଇଛି।

ଏ ସମ୍ପର୍କରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ତରଫରୁ ସୋମବାର ରାତିରେ ଏହାର ସୂଚନା ଦିଆଯାଇଛି। ଅଶ୍ଳୀଳ ଭିଡିଓ ପ୍ରସାରଣ ମାମଲାରେ କୁନ୍ଦ୍ରା ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ ମଧ୍ୟ କହିଛି।

ସୂଚନାଯୋଗ୍ୟ, ସୋମବାର କ୍ରାଇମବ୍ରାଞ୍ଚ ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ଜେରା ପାଇଁ ଡକାଇଥିଲା ଏବଂ ପରେ ତାଙ୍କୁ ଗିରଫ କରିଥିଲା । ଖବର ଅନୁଯାୟୀରାଜ କୁନ୍ଦ୍ରାଙ୍କ ଜଣେ ସମ୍ପର୍କୀୟ ଯିଏ ବିଦେଶରେ ରୁହନ୍ତି ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି କିଛି ଆପରେ ଅପଲୋଡ୍ କରିବା ପାଇଁ କିଛି ପ୍ଲାଟଫର୍ମ ମଧ୍ୟ ନିର୍ମାଣ କରିଥିବା ଜଣା ପଡିଛି ଏବଂ ଏହାକୁ ବିଦେଶରେ କିଛି ପ୍ଲାଟଫର୍ମ ରେ ମଧ୍ୟ ପ୍ରସାରଣ କରିବା ର ଅଭିଯୋଗ ନେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ଥିବା ଜଣା ପଡିଛି।

ମଲାଡ ୱେଷ୍ଟରେ ଅଶ୍ଳୀଳ ଚଳଚ୍ଚିତ୍ରର କରାଯାଇଥିଲା ସୁଟିଂ

ପୋଲିସର ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ଏହି ଅଶ୍ଳୀଳ ରାକେଟ୍ ଚଳାଇବା ପାଇଁ ମୁମ୍ବାଇର ମାଲାଡ ୱେଷ୍ଟର ମାରଗାଁଓରେ ଏକ ବଙ୍ଗଳା ଭଡା ନିଆଯାଇଥିଲା। ଏପରିକି ପୋଲିସ ଏଠାରେ ଚଢ଼ାଉ କଲାବେଳେ ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ଏହି ଅଶ୍ଳୀଳ ଚଳଚ୍ଚିତ୍ର ଏବଂ ଭିଡିଓଗୁଡିକ ଗୋଟିଏ ନୁହେଁ ଅନେକ ସାଇଟ୍ ରେ ଅପଲୋଡ୍ ହୋଇଥିଲା ଏବଂ ଟଙ୍କା ରୋଜଗାର କରାଯାଇଥିଲା।

ଲଣ୍ଡନରୁ ମୁମ୍ବାଇ ପର୍ଯ୍ୟନ୍ତ ରାଜ କୁଣ୍ଡ୍ରାଙ୍କ ହାତ !

ଅଶ୍ଳୀଳ ଚଳଚ୍ଚିତ୍ର ଲଣ୍ଡନରୁ ଅପଲୋଡ୍ ହୋଇଥିଲା, ଉମେଶ କାମଥ (Umesh Kamath) ଙ୍କ ଜଣେ ବ୍ୟକ୍ତି ସେହି ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ କରୁଥିଲେ | ନୂତନ ଅଭିନେତା ଏବଂ ଅଭିନେତ୍ରୀଙ୍କ ଭିଡିଓ କରାଯାଉଥିଲା ଅପଲୋଡ୍, ଆପ୍ଲିକେସନ ଏବଂ ୱେବସାଇଟରେ ଭିଡିଓ ହେଉଥିଲା ଅପଲୋଡ୍, 90 ରୁ ଅଧିକ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରିବା ନେଇ ଦାବି କରାଯାଇଛି।

କିଭଳି ଖୁଲାସା ହେଲା ଏହି ଅଶ୍ଳୀଳ ଚଳଚ୍ଚିତ୍ର ବିଷୟରେ ?

ପୋଲିସର ସୂଚନାନୁସାରେ, ପୁଣମ୍ ପାଣ୍ଡେ ଏବଂ ଶେର୍ଲିନ୍ ଚୋପ୍ରା ରାଜ କୁନ୍ଦ୍ରାଙ୍କ ନାଁ ନେଇଥିଲେ ଏବଂ ମହାରାଷ୍ଟ୍ର ସାଇବର ସେଲ୍ ପୂର୍ବରୁ ଶେର୍ଲିନ୍ ଚୋପ୍ରା ଏବଂ ପୁଣମ୍ ପାଣ୍ଡେଙ୍କ ବୟାନ ରେକର୍ଡ କରିସାରିଛି। ଏବଂ ପୋଲିସର ସୂଚନାନୁସାରେ, ଉମେଶ କାମଥ ନୂତନ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ଉପରେ ଫୋଟ ଏବଂ ଭିଡିଓଗୁଡ଼ିକୁ ଆପ୍ଲିକେସନ ଏବଂ ୱେବସାଇଟରେ ଅପଲୋଡ୍ କରିଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ ସଫ୍ଟ ପର୍ଣ୍ଣୋଗ୍ରାଫିର ଏହି ପୁରା ଖେଳ ପ୍ରଥମ ଥର ପାଇଁ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଅଭିନେତ୍ରୀ ଗେହାନା ଭାସିଷ୍ଟଙ୍କୁ (Gehana Vasisth) ଗିରଫ କଲା | ଗେହନା ଗିରଫ ହେବା ପରେ ଏହି ମାମଲା ବିଷୟରେ ଧୀରେ ଧୀରେ ଖୁଲାସା ହେବାକୁ ଲାଗିଲା।

Leave a Reply

Your email address will not be published. Required fields are marked *