ସଂସ୍କାର : ପାକିସ୍ତାନରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧର ଗତ ମାର୍ଚ୍ଚ ମାସରେ ୨୦୦ ପ୍ରତିଶତ ବଢିଥିବା ଏକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଏହି ଅପରାଧ ସେତେବେଳେ ବଢିଥିଲା ଯେତେବେଳେ କରୋନା ମହାମାରୀ ଦେଶରେ ଉଗ୍ର ରୂପ ଧାରଣ କରିଥିଲା । ମାନବାଧିକାର ଆୟୋଗର ରିପୋର୍ଟରୁ ଏହା ଜଣାପଡ଼ିଛି ।
ଜାନୁଆରୀରୁ ମାର୍ଚ୍ଚ ରିପୋର୍ଟରେ ଏସଏସଡିଓ କହିଛନ୍ତି ଯେ, ଜାନୁଆରୀ ମୁକାବିଲାରେ ମାର୍ଚ୍ଚରେ ମହିଳାଙ୍କ ବିରୋଧରେ ହିଂସା ମାମଲା ୨୦୦%ରୁ ଅଧିକ ବୃଦ୍ଧି ପାଇଛି । ଇସ୍ଲାମବାଦସ୍ଥିତ ଅଣସରକାରୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହିଭଳି ଭାବରେ ବାଳଉତ୍ପୀଡ଼ନ, ଘରୋଇ ହିଂସା ଓ ଅପହରଣ ଓ ବଳାକ୍ରାର ମାମଲାରେ ମଧ୍ୟ ଅଧିକ ବୃଦ୍ଧି ପାଇଛି ।
ଫେବ୍ରୁଆରୀରେ ବାଳଉତ୍ପୀଡ଼ନର ୧୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ମାର୍ଚ୍ଚରେ ୬୧ ମାମଲା, ଘରୋଇ ହିଂସାର ମାମଲା ଫେବ୍ର୍ରୁଆରୀରେ ୬ରୁ ୨୦କୁ ବୃଦ୍ଧି ପାଇଛି। ମାର୍ଚ୍ଚରେ ସେହିଭଳି ୨୫ଟି ବଳାତ୍କାର ମାମଲା, ଫେବ୍ରୁଆରୀରେ ୨୪ ଓ ଜାନୁଆରୀରେ ୯ ରହିଥିଲା। ଅପହରଣ ମାମଲା ଜାନୁଆରୀରେ ୪୮, ଫେବ୍ର୍ରୁଆରୀରେ ୪୧ ରହିଥିଲା। ଯାହାକି ମାର୍ଚ୍ଚରେ ଏହା ୭୫କୁ ବୃଦ୍ଧି ପାଇଛି।