ଦୀପାବଳିରେ ପିପିଲି ବଜାରରେ ଫୁଟିଲା ଗୁଳି, ଜଣେ ଗୁରୁତର

ସଂସ୍କାର : ପୂର୍ବ ବିବାଦରୁ ଗୁଳିମାଡ଼। ରାଜ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିପିଲିରେ ସୋମବାର ମଧ୍ୟାହ୍ନ ସାଢେ ୨ଟା ସମୟରେ ଜଣେ ଯୁବକକୁ ଗୁଳି ମାଡ ହୋଇଛି। ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଛି। ନିକଟବର୍ତ୍ତୀ ଉଜାଣିପଡା ଗ୍ରାମର ସାନୁ ଓରଫ ସନାତନ ପ୍ରଧାନ (୩୦)ଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସନାତନଙ୍କୁ ପ୍ରଥମେ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାକୁ ନେଇ ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁରୀର ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖଙ୍କ ନେତୃତ୍ଵରେ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

ସୂଚନା ଥାଉକି ଗତ କିଛିଦିନ ତଳେ କମେଣ୍ଟମରାକୁ କେନ୍ଦ୍ର କରି ପିପିଲିରେ ଯୁବକକୁ ଆକ୍ରମଣ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଠି ହୋଇଥିଲା। ଯାହାକି ଆଜି ଉଗ୍ର ରୂପ ଧାରଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *