ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ବର୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ହାତରେ,ସିବିଆଇ ଶୁକ୍ରବାର ଦିନ ମୁମ୍ବାଇରେ 10 ଘଣ୍ଟାରୁ ଅଧିକ ସମୟ ଧରି ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରଶ୍ନ କରିଛି ଏବଂ ଆଜି ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହି ସମୟରେ, ଖବର ଅନୁଯାୟୀ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କ ପଲିଗ୍ରାଫ୍ ପରୀକ୍ଷା କରିପାରେ ବୋଲି ସୂଚନା ମିଳିଛି ।
ରିୟା ମୁମ୍ବାଇର ପୂର୍ବ ଖାରରେ କିଣାଯାଇଥିବା ସମ୍ପତ୍ତି ବିଷୟରେ କହିଥିଲେ। ରିୟା କହିଛନ୍ତି ଯେ ସେ ସୁଶାନ୍ତଙ୍କ ସମ୍ପର୍କରେ ଆସିବା ପୂର୍ବରୁ ଫ୍ଲାଟ କିଣିଛନ୍ତି। ଫ୍ଲାଟର ମୂଲ୍ୟ 74 ଲକ୍ଷ ଟଙ୍କା ରହିଛି। ସେ ଏହାକୁ HDFC ବ୍ୟାଙ୍କରୁ 50 ଲକ୍ଷ ଟଙ୍କା ଋଣ ସହିତ କିଣିଛନ୍ତି। ରିୟା କହିଛନ୍ତି ଯେ ସେ ସମସ୍ତ ଡକ୍ୟୁମେଣ୍ଟକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଦେଇଛନ୍ତି।
ରିୟା ଏହା ମଧ କହିଛନ୍ତି ଯେ ସେ ପୂର୍ବରୁ ଇଏମଆଇରେ 17,000 ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ପରିବାର ପାଇଁ ତାଙ୍କ କ୍ୟାରିଅର୍ ନଷ୍ଟ ହୋଇଯାଇଛି। ଭବିଷ୍ୟତରେ ସେ ଏହି କିସ୍ତି କିପରି ଦେବେ?
ରିୟା ଚକ୍ରବର୍ତ୍ତୀଙ୍କ ବିବୃତ୍ତି ପରେ ଏକ ଭିଡିଓ ସେୟାର କରି ସେ ପୁଣି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ କହିଛନ୍ତି ଯେ – 17,000 EMI କୁ ନେଇ ଜାଦୀ ଏତେ ଚିନ୍ତା ତେବେ ସବୁଠାରୁ ଦାମୀ ଓକିଲ ପାଇଁ କେଉଁଠାରେ ପାଇସା ଅଣୁଚ ?
ଏହି ମାମଲାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରିୟା ଚକ୍ରବର୍ତ୍ତୀ ତାଙ୍କ ଓକିଲ ସତୀଶ ମାନେସିନ୍ଦେ ଙ୍କୁ ଦାୟିତ୍ୱ ଦେଇଛନ୍ତି। ସତିଶ ହେଉଛନ୍ତି ଓକିଲ ଯିଏକି ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ମାମଲାରେ ଲଢୁଥିଲେ । ସେ ଭାରତର ସବୁଠାରୁ ଦାମୀ ଓକିଲମାନଙ୍କ ମଧ୍ୟରୁ ଜଣେ । ଖବର ଅନୁଯାୟୀ, ପାଞ୍ଚ ବର୍ଷ ପୂର୍ବେ ସେ ପ୍ରତ୍ୟେକ ଶୁଣାଣି ପାଇଁ 15 ଲକ୍ଷ ଟଙ୍କା ଫି ନେଉଥିଲେ।