ସଂସ୍କାର: ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଓଲିଉଡ ଜଗତର ଗଉରା। କମେଡି ହେଉ କି ଖଳ ଚରିତ୍ର ସବୁଥିରେ ତାଙ୍କ ଅଭିନୟର ଦମ୍ ରହିଥିଲା ଭରପୂର। ପିଣ୍ଟୁ ନନ୍ଦଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତୁଥିଲା। ତେବେ ଗତକାଲି ରାତି 11 ଟା 25 ସମୟରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଜୀବନ ଯୁଦ୍ଧରେ ହାରି ନିଜର ପ୍ରାଣତ୍ୟାଗ କରିଛନ୍ତି। ସେ ଥିଲେ ଓଲିଉଡ଼ର ଜଣେ ଆଗ ଧାଡ଼ି ର ଅଭିନେତା। ଏବେ ତାଙ୍କ ବିୟୋଗରେ ସାରା ଓଲିଉଡ଼ ଜଗତ ଶୋକ ପ୍ରକାଶ କରିଛି।
ପିଣ୍ଟୁ ନନ୍ଦ ଙ୍କ ବିୟୋଗରେ ଓଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମ୍ପର୍କରେ ଓଲିଉଡର ବର୍ଷୀୟାନ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ବି ପିଣ୍ଟୁଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେ ବହୁତ ମର୍ମାହତ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ। ସେ ଯେଉଁ ସୁଟିଂ ସେଟ୍ ରେ ଥାଆନ୍ତି ସେଠାରେ ହସ ଖୁସୀ ର ମହୋଲ୍ ମଧ୍ୟ ଥାଏ। ସେ ଜଣେ ଖୁସି ମିଯାଜର ପିଲାଟି ଥିଲା। ସବୁବେଳେ ଖୁସିରେ ରହୁଥିଲା। ସେ ଯେଉଁସବୁ ଚଳଚିତ୍ର କରିଛି ସବୁ ସୁପରହିଟ ହୋଇଛି। ଦର୍ଶକ ତାକୁ ସବୁ ଚରିତ୍ରରେ ଭଲ ପାଇବା ଦେଇଛନ୍ତି। କିନ୍ତୁ ସେ ହଠାତ ଏମିତି ଚାଲିଯିବା ଆମ ପାଇଁ ଦୁଃଖର କଥା।
ସିଦ୍ଧାନ୍ତ ଆହୁରି ବି କହିଛନ୍ତି ଯେ, ପିଣ୍ଟୁଙ୍କ ସହ ଦେଖା ହୋଇଥିଲା ଏକ ମାସ ତଳେ। ଗୋଟେ ଫିଲ୍ମର ସୁଟିଂ ବେଳେ ସେ ଭଏସ୍ ଦେବାକୁ ଷ୍ଟୁଡିଓକୁ ଆସିଥିଲା। ମୁଁ ତାକୁ ସେତେବେଳେ କହିଥିଲି ଦେହର ଯତ୍ନ ନେବା ପାଇଁ।କାରଣ ସେ ବହୁତ ଦୁର୍ବଳ ଦେଖାଯାଉଥିଲା। ସେ ମୋତେ ତାର ଦେହ ଖରାପ କଥା ପରେ କହିଥିଲା। ଆଉ ପରେ ପରେ ସେ ଦିଲ୍ଲୀ ଆଉ ହାଇଦ୍ରାବାଦ ଯାଇଥିଲା। ଆଉ ହାଇଦ୍ରାବାଦରେ ହିଁ ଆମକୁ ଛାଡି ଚାଲିଗଲା।