ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସୁପ୍ରିମକୋର୍ଟ, ୩୪ ବର୍ଷ ତଳର ମାମଲାରେ ଗଲେ ଜେଲ୍ ସେ…

ସଂସ୍କାର : ପଞ୍ଜାଵର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ବଡ ଝଟକା। ବର୍ଷେ ପାଇଁ ଜେଲ ଯିବେ ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ। ୩୪ ବର୍ଷ ଏକ ପୁରୁଣା ପାର୍କିଂକୁ ନେଇ ଏକ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ୨୭ ଡିସେମ୍ବର ୧୯୮୮ ମସିହାରେ ସିଦ୍ଧୁ ନିଜ ବନ୍ଧୁ ରୂପିନ୍ଦର ସିଂହ ସିଦ୍ଧୁଙ୍କ ସହ ପଟିଆଲାର ଶେରାବାଲେ ଗେଟ ମାର୍କେଟରେ ପହଂଚିଥିଲେ । ଏହି ମାର୍କେଟ ତାଙ୍କ ଘର ପାଖରୁ ଦେଢ କିମି ଦୂରରେ ଥିଲା। ସେହି ସମୟରେ ସେ କ୍ରିକେଟର ଥିଲେ। ତାଙ୍କ କ୍ୟାରିୟରକୁ ମାତ୍ର ୧ବର୍ଷ ହୋଇଥିଲା।

ତେବେ ସେ ମାର୍କେଟରେ କାର ନେଇ ଗଲା ବେଳେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ଧକ୍କା ହୋଇଥିଲା। ଏହି କଥାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ। ୬୫ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିବାର ଅଭିଯୋଗ ହୋଇଥିଲା। ଏହାପରେ ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ମେଡିକାଲ କର୍ତୁପକ୍ଷ ଏହାକୁ ହୃଦଘାତଜନିତ ମୃତ୍ୟୁ ଭାବରେ ରୂପ ଦେଇଥିଲେ ଯାହାକି ତାଙ୍କ ପରିବାର ଲୋକେ ମାନି ନଥିଲେ। ସେମାନେ ଏହାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ।

କିଛି ବର୍ଷ ପୂର୍ବରୁ ଏହି ମାମଲାର ରାୟରେ ସିଦ୍ଧୁଙ୍କୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଆଇପିସି ଧାରା୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ ରେ ସେସନ କୋର୍ଟ ଏହି କେସକୁ ଖାରଜ କରିଥିଲେ। ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତି ଆସିଥିଲା ଯାହାକି ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ ଉଭୟଙ୍କୁ ୩ବର୍ଷ ଜେଲ ଦଣ୍ଡା ସହିତ ୧ଲକ୍ଷ ଜୋରିମାନା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ଚ୍ୟାଲେଞ୍ଜ କରି ସିଦ୍ଧୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

୨୦୧୮ ମେ ୧୫ରେ ଧାରା ୩୨୩ ଅନୁଯାୟୀ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଏଥିରେ ତାଙ୍କୁ ୧ ହଜାର ଟଙ୍କା ଜୋରିମାନା ଦେବା ପରେ ମୁକ୍ତ କରାଯାଇଥିଲା।ଏହାପରେ ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରିଭ୍ୟୁ ପିଟିସନ ଉପରେ ଦେଇଥିବା ରାୟକୁ ସୁରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଏହି ମାମଲା ପଞ୍ଜାବ ପୋଲିସ ସିଦ୍ଧୁଙ୍କୁ ହେପାଜତକୁ ନେବ।

Leave a Reply

Your email address will not be published. Required fields are marked *