ସଂସ୍କାର : ଭାଇ ଆଗରେ ଭଉଣୀକୁ ଅପରାଧୀ ମାନେ କଲେ ଗ୍ୟାଙ୍ଗରେପ୍ ବା ଗଣଦୁଷ୍କର୍ମ। ବନ୍ଧୁକ ମୁନରେ ଭାଇକୁ ରଖି ଭଉଣୀ ସହିତ ଅପରାଧି କଲେ ଗ୍ୟାଙ୍ଗରେପ୍। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ନାବାଳିକାଙ୍କ ସହ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଖବର ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଜଣେ ନିରୀହ ଭାଇକୁ ବନ୍ଧୁକ ମୁନରେ ରଖି ତାରି ସାମ୍ନାରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି। ଏହି ସମୟରେ ଅଭିଯୁକ୍ତମାନେ ମୋବାଇଲରେ ଘଟଣାର ଭିଡିଓ କଏଦ କରି ପୀଡିତା ପାଟି ଖୋଲିଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି।
ଏହି ଘଟଣା ସମ୍ପର୍କରେ ପୋଲିସ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମ ଏହା ଯେ, ଏହି ମାମଲା ଫୁଗାନା ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁର ଅଟେ। ଯେଉଁଠାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଜଣେ ୧୨ ବର୍ଷର ନିରୀହ ଭାଇର ସାମ୍ନାରେ ଚାରିଜଣ ପଡୋଶୀ ଯୁବକ ତାର ୧୫ ବର୍ଷୀୟ ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ।
ଅଭିଯୁକ୍ତ ମାନେ ନାବାଳିକାଙ୍କ ସହ ମୋବାଇଲରେ ଗଣଦୁଷ୍କର୍ମର ଭିଡିଓ କଏଦ କରିଛନ୍ତି ଏବଂ ଯଦି ସେ ପାଟି ଖୋଲିବ ତେବେ ପୀଡିତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି।
ତେବେ ଏହି ସବୁ ଘଟଣା ବିଷୟରେ ପୀଡିତାଙ୍କ ପରିବାର ଲୋକେ ଜାଣିବା ପରେ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରି ଚାରି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।