ବିବାହ ସମାରୋହରେ କନ୍ୟା ଙ୍କ ଅସୁସ୍ଥ ହୋଇ ମରିଯିବା ପରେ ପୁଅ ଏବଂ ଝିଅ ଦୁହିଁଙ୍କ ପରିବାର ଏକାଠି ହୋଇ ବିବାହ କରିବାକୁ ଥିବା କନ୍ୟା ଙ୍କ ସାନ ଭଉଣୀକୁ ବିବାହ କରିଥିଲେ। ଦୁଇ ଦିନ ପୂର୍ବେ ଇଟାୱା ଜିଲ୍ଲାର ଭାରତନା ସମସପୁରରେ ଏହି ଘଟଣା ଘଟିଥିଲା। ପୋଷାକ ପିନ୍ଧିବା ପରେ ବିବାହ ବେଦିରେ ପ୍ରସ୍ତୁତ ଥିଲେ ପରିବାର ଲୋକେ ଏବଂ ରିତୀରିଵାଜ ଅନୁଯାୟୀ ସବୁ କାର୍ଯ୍ୟ ଠିକ ଭାବରେ ଚାଲିଥିଲା ଏବଂ ବରୁଣ ମାଳା ପିନ୍ଧେଇବା ପରେ ବେଦି ବୁଲା ବାକି ଥିଲା ଠିକ୍ ସେଥିକିବେଳେ କନ୍ୟା ସୁରଭୀ ତାଙ୍କ ର ହେବାକୁଥିବା ସ୍ୱାମୀ ମଞ୍ଜେସ କୁମାର ଙ୍କ ପାର୍ଶ୍ୱରେ ପଡିଯାଇଥିଲେ।
ବିବାହ ସମୟରେ ବିବାହ ମଣ୍ଡପରେ ପଡିଯାଇଥିଲେ କନ୍ୟା
ବିବାହ ମଣ୍ଡପରେ ଯେତେବେଳେ କନ୍ୟା ପଡି ଯାଇଥିଲେ ତା’ପରେ ଡାକ୍ତରଙ୍କୁ ଡକାଯାଇଥିଲା କିନ୍ତୁ କନ୍ୟାଙ୍କ ଆଉ ଚେତା ଆସିନଥିଲା ଏବଂ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ମୃତ୍ୟୁର କାରଣ ବୋଲି କୁହାଯାଉଥିଲା। ଖୁବ୍ ଶୀଘ୍ର ବିବାହ ଉତ୍ସବ ଶୋକରେ ପରିଣତ ହେଇଯାଇଥିଲା । ସୁରବୀଙ୍କ ଭାଇ ସୌରଭ କହିଛନ୍ତି, ‘ଆମେ ଜାଣି ନଥିଲୁ ସେ ପରିସ୍ଥିତିରେ କଣ କରିବା ଉଚିତ୍। ଯଦିବା ଉଭୟ ପରିବାର ଏକାଠି ବସିଥିବେ, କେହି ଜଣେ ପରାମର୍ଶ ଦେଇଥିଲେ ଯେ ମୋର ସାନ ଭଉଣୀ ନିଶା କୁ ସେହି ବିବାହ ମଣ୍ଡପରେ ହିଁ ବାର ସହ ବିବାହ କରିଦିଅନ୍ତୁ । ପରିବାର ସମସ୍ତେ ଏ ବିଷୟରେ ଆଲୋଚନା କରିଥିଲେ ଏବଂ ଉଭୟ ଶେଷରେ ରାଜି ମଧ୍ୟ ହୋଇଥିଲେ।
ଶାଳୀ ସହିତ ବିବାହ
ସୁରବୀଙ୍କ ମୃତଦେହକୁ ଅନ୍ୟ ଏକ କୋଠରୀରେ ରଖାଯାଇଥିଲା ଏବଂ ମଞ୍ଜେସ କୁମାର ନିଶାଙ୍କୁ ବିବାହ କରିଥିଲେ। ବିବାହ ପରେ, ଶୋଭାଯାତ୍ରା ଚାଲିଯିବା ପରେ ସୁରଭି ଙ୍କୁ ଶବଦାହ କରାଯାଇଥିଲା। ସୁରବୀଙ୍କ ମାମୁଁ ଅଜବ ସିଂ କହିଛନ୍ତି ଯେ, ‘ଏହା ଆମ ପରିବାର ପାଇଁ ଏକ କଷ୍ଟକର ସମୟ ଥିଲା। ଗୋଟିଏ ଝିଅ ଏକ ଘରେ ମୃତ ଅବସ୍ଥାରେ ପଡ଼ିଥିଲା ବେଳେ ଅନ୍ୟ ଏକ ଝିଅ ଆଉ ଗୋଟେ ଘରେ ବିବାହ କରୁଥିଲା। ଏହି ପ୍ରକାରର ପରିସ୍ଥିତି ଆମ ଆଗରେ କେବେ ଆସି ନଥିଲା, ବିବାହର ଆନନ୍ଦ ଏବଂ ମୃତ୍ୟୁ ଦୁଃଖ ଏକତ୍ର ପାଳନ କରାଯାଉଥିଲା।