ସଂସ୍କାର : ଯଦି ଆପଣ କାହାର ମୂର୍ଖତାକୁ ଗଣନା କରିବାକୁ ଚାହାଁନ୍ତି, ତେବେ ଉଦାହରଣ ସ୍ୱରୂପ ଆପଣ ଗଧର ନାମ ନିଅନ୍ତି। ଏହା ବ୍ୟତୀତ, ଯେଉଁମାନେ ହାସ୍ୟାସ୍ପଦ କାର୍ଯ୍ୟ କରନ୍ତି ସେମାନଙ୍କୁ ଗଧ ମଧ୍ୟ କୁହାଯାଏ, କିନ୍ତୁ ସବୁବେଳେ ଗଧର ନାମ କାହିଁକି ନିଆଯାଏ ଜାଣିଛନ୍ତି କି ? ପ୍ରକୃତ କଥା ଏହା ଯେ, ଗଧ ପରିଶ୍ରମୀ ଓ ବୁଦ୍ଧିହୀନ ପ୍ରାଣୀ ଅଟେ। ମାତ୍ର ଆପଣ କେବେ ବୁଦ୍ଧିମାନ ଗଧ ଦେଖିଛନ୍ତି କି ? ସମ୍ପ୍ରତି ଏହା ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ମଧ୍ୟ ବୁଝିଯିବେ ଯେ ଲୋକମାନେ ଯେଉଁ ପ୍ରକାରରେ ଗଧକୁ ଗଧ ବୋଲି କୁହନ୍ତି , ବାସ୍ତବରେ ତାହା ନୁହଁ। ଗଧ ମଧ୍ୟ ଚାଲାକ୍ ହୋଇଥାଏ।
ଭାଇରଲ୍ ହେଉଥିବା ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଦୁଇଟି ଗଧ ଏକ କାଠ ବାଡ଼କୁ ଅତିକ୍ରମ କରି ଯିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଯାଇପାରୁନାହାନ୍ତି। ଗଧ ଗୁଡିକ ବାରମ୍ବାର ସେଭଳି ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି , ମାତ୍ର ବାଡ଼କୁ ଅତିକ୍ରମ କରି ଯାଇପାରୁନାହାନ୍ତି। କିନ୍ତୁ ସେମାନଙ୍କ ଭଳି ଆଉ ଏକ ଗଧ ଆସି ଘଟଣାକୁ କିଛି ସମୟ ଦେଖିବା ପରେ , ତାର ବୁଦ୍ଧି ଲଗାଇ ବାଡ଼ରେ ଲାଗିଥିବା କାଠକୁ ବାହାର କରେ ଆଉ ତାପରେ ସବୁ ଗଧ ଧାଡିରେ ବାହାରକୁ ବାହାରିଥିଲେ।
ତେବେ ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ସମସ୍ତ ଟୁଇଟର ବ୍ୟବହାରକାରୀ କହିଛନ୍ତି ଯେ, ସବୁ ଗଧ, ମୂର୍ଖ ନୁହନ୍ତି। ଏପରି ଗୋଟିଏ ଗୋଟିଏ ଗଧ ଚାଲାକ୍ ମଧ୍ୟ ରହିଛନ୍ତି। ତେବେ ଗଧର ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଉଥିବା ବେଳେ, ଅନେକ ୟୁଜର କହିଛନ୍ତି ଯେ, ଏହି ଗଧ ଲୋକଙ୍କ ହୃଦୟ ଜିତି ଯାଇଛି।ତେବେ ୟାକୁ ଗଧ କହିବା ଉଚିତ ହେବ ନାହିଁ। ଏହି ହେଉଛି ବୁଦ୍ଧିମାନ ଗଧ।