ପ୍ରତିବର୍ଷ ଜୁନ୍ ୭ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ୨୦୧୮ ଜୁନ ୭ରେ, ମିଳିତ ଜାତିସଂଘ ସାଧାରଣ ସଭା ଏହି ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସକୁ ବାର୍ଷିକ ଉତ୍ସବ ଭାବରେ ଥିମ୍ ପରିବର୍ତ୍ତନ ସହିତ ପାଳନ କରିବାକୁ ଘୋଷଣା କରିଥିଲା । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ । ପ୍ରଥମ ମହୋତ୍ସବର ସଫଳତା ଦ୍ୱାରା ଉତ୍ସାହିତ ହୋଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଚେତନତା ସୃଷ୍ଟି କରିବା ପାଇଁ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଧଳା ଚାଉଳ :
ଧଳା ଚାଉଳ, ଏହା ହେଉଛି ପୁଷ୍ଟିକର ଖାଦ୍ୟ । ଏହାର ସ୍ୱାଦ ୩୦ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଥାଏ । ବ୍ରାଉନ୍ ଚାଉଳ, ବେଶି ଦିନ ରହିପାରେନି । କାରଣ ଏଥିରେ ଥିବା ତୈଳାକ୍ତ ଅଂଶ କୁଣ୍ଡାରେ ବାହାରିଯାଇଥାଏ । ସେଥିପାଇଁ ଏହା ୬ ମାସରୁ ଅଧିକଦିନ ରହେନି ।
ମହୁ :
ମହୁ ଏକମାତ୍ର ଖାଦ୍ୟ, ଯାହାକି କୁହାଯାଏ ପ୍ରକୃତରେ ଏହା ସବୁଦିନ ପାଇଁ ରହିଥାଏ । ଏହାର ଯାଦୁକରୀ ରସାୟନ ଏବଂ ମହୁମାଛିର ହସ୍ତତନ୍ତ ଯୋଗୁଁ ଫୁଲରୁ ବାହାରୁଥିବା ଅମୃତ ମହୁମାଛି ଭିତରେ ଥିବା ଏନଜାଇମ୍ ସହିତ ମିଶିଥାଏ । ଯାହା ସରଳ ଶର୍କରାରେ ବିଭକ୍ତ ହୋଇ ମହୁଫେଣାରେ ଜମା ହୋଇଥାଏ । ମହୁମାଛିଙ୍କ ଡେଣା ଏବଂ ସେମାନଙ୍କ ପେଟରୁ ଏନଜାଇମ୍ ବା ତରଳ ପଦାର୍ଥ ସୃଷ୍ଟି କରେ ଯାହା ଉଭୟ ଅତ୍ୟଧିକ ଅମ୍ଳୀୟ । ମହୁର ପ୍ରକ୍ରିୟାକରଣ ଏପରି ହୋଇଥାଏ ଯାହାକି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଚ୍ଛିତ ହୋଇ ରହିଯାଏ । ବିଶ୍ୱାସ ରହିଛି ଯେ, ମହୁରେ ଥିବା ମିଠାର ସ୍ୱାଦ ପାଖାପାଖି ୫୫୦୦ ବର୍ଷ ପର୍ଯ୍ୟନ୍ତ ରହିଥାଏ ।
ଲୁଣ :
ସୋଡିୟମ୍ କ୍ଲୋରାଇଡ୍ ହେଉଛି ଏକ ପ୍ରାକୃତିକ ଖଣିଜ ପଦାର୍ଥ । ଏହାର ବ୍ୟବହାର କେଉଁ ଆବାହମାନ କାଳରୁ ଖାଦ୍ୟ ପଦାର୍ଥକୁ ସଂରକ୍ଷିତ ରଖିବା ପାଇଁ ଉପକରଣରେ କରାଯାଏ । କାରଣ ଏହା ଖାଦ୍ୟରେ ଥିବା ଆର୍ଦ୍ରତା ଘଟାଇଥାଏ । ଯଦି ଆପଣ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର କରୁଛନ୍ତି ତାହେଲେ ଏହା ୫ ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।
ସୋୟା ସସ୍ :
ଏହା ଏକ ପ୍ରକାର ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ବ୍ୟବହାର କରୁଥିବା ମିଶ୍ରଣ ଉପରେ ନିର୍ଭର କରେ । କିନ୍ତୁ ଖୋଲା ନ ହେଲେ ସୋୟା ସସ୍ ବହୁତ ଦିନ ଧରି ରହିପାରିବ । ଏହା ଖୋଲିବା ପରେ ମଧ୍ୟ ରେଫ୍ରିଜରେଟରରେ ବର୍ଷ ବର୍ଷ ଧରି ରହିପାରେ
ଚିନି :
ଏହି ତାଲିକାରେ ଥିବା ଅନ୍ୟ ଆଇଟମଗୁଡିକ ପରି, ଚିନି ପାଇଁ ବ୍ୟବହାର କରୁଥିବା ଷ୍ଟୋରେଜ୍ ପଦ୍ଧତି ନିର୍ଣ୍ଣୟ କରେ ଯେ ତୁମେ ଏହାକୁ ସବୁଦିନ ପାଇଁ ସାଇତି ରଖିପାରିବ କି ନାହିଁ । ପାଉଡର ଏବଂ ଗ୍ରାନ୍ୟୁଲେଟେଡ୍ ଚିନିକୁ ଆର୍ଦ୍ରତାକୁ ରଖିବା ପାଇଁ ଏୟାରଟାଇଟ୍ ପାତ୍ରରେ ରଖାଯିବା ଉଚିତ୍। ଏହା ଦ୍ଵାରା ଚିନି ବହୁତ ଦିନ ଯାଏଁ ସୁରକ୍ଷିତ ରହିପାରିବ ।
ପାଉଡର କ୍ଷୀର :
ପାଉଡର କ୍ଷୀର ସ୍ୱାଦ ସେତେଟା ଭଲ ନୁହେଁ । କିନ୍ତୁ ପାଉଡର କ୍ଷୀର ବିଦ୍ୟମାନ ହେବାର ଏକ ମୁଖ୍ୟ କାରଣ ହେଉଛି ଏହା ଅଧିକ ସମୟ ଧରି ରହିଥାଏ । ତାଜା କ୍ଷୀର ଅପେକ୍ଷା ପରିବହନ ଏବଂ ସଂରକ୍ଷଣ କରିବା ମଧ୍ୟ ସହଜ ଅଟେ । ଏହାକୁ ଦୀର୍ଘଦିନ ଧରି ବ୍ୟବହାର କରିହେବ ।