ସଂସ୍କାର : ଯାହାକୁ ୧୦ ମାସ ୧୦ ଦିନ ନିଜ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ସେ ହିଁ ଦିନେ ନେଇଗଲା ତାର ପ୍ରାଣ। ଅତି ନିର୍ମମ ଭାବରେ ପୁଅ ହତ୍ୟା କରିଛି ନିଜ ମାଆ। ଆଉ ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ସେଠାକାର ସାଧାରଣ ଲୋକ ମଧ୍ୟ ଏହି ଘଟଣାକୁ ବହୁତ ନିନ୍ଦା କରୁଛନ୍ତି। ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତକ ମହିଳାଙ୍କୁ ପୋଷ୍ଟମଟମ ପାଇଁ ପଠାଇଥିବା ବେଳେ, ମହିଳାଙ୍କର ସ୍ୱାମୀ ବା ସେହି ହତ୍ୟାକାରୀ ଯୁବକଙ୍କର ପିତାକୁ ଡାକ୍ତରଖାନାରେ ଭର୍ତି କରିଛି। ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସା କରାଯାଉଛି। ତେବେ କାହିଁକି ଯୁବକ ଜଣକ ନିଜର ପିତାମାତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା? କଣ ରହିଛି ମାମଲା ? ବର୍ତ୍ତମାନ ପୋଲିସ ଏହି ଘଟଣା ଉପରୁ ପର୍ଦା ଉଠାଇଛି।
ସମ୍ପତ୍ତି ପାଇଁ ସମ୍ପର୍କରେ ଲାଗିଲା ତିକ୍ତତା। ଉତ୍ତରପ୍ରଦେଶର ଖୁରଜା ଜଙ୍କସନ ଆଉଟପୋଷ୍ଟ ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ୩୨ ବର୍ଷୀୟ ପୁଅ ଗୁଳି ଚଳାଇ ହତ୍ୟା କରିଛି। ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ରବିବାର ଦିନ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ମହିଳାଙ୍କ ପୁଅ ସେମାନଙ୍କ ଉପରକୁ ଗୁଳି ଚଳାଇଛି ଆଉ ତାକୁ ବର୍ତ୍ତମାନ ଗିରଫ କରାଯାଇଛି। ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି।
ନ୍ୟୁଜି ଏଜେନ୍ସିର ରିପୋର୍ଟ ଅନୁଯାୟୀ ମୃତ ମହିଳା ଭିମାଲା ନାଗର କଲୋନୀର ବାସିନ୍ଦା। ତାଙ୍କର ବୟସ ୫୫ ବର୍ଷ। ଆଉ ତାଙ୍କ ନାମ ମଞ୍ଜୁ ଦେବୀ ବୋଲି ଜଣାପଡିଛି। ମଞ୍ଜୁ ଦେବୀଙ୍କୁ ହତ୍ୟା କରାଯାଇଥିବା ବେଳେ, ତାଙ୍କ ସ୍ୱାମୀ ଓମପ୍ରକାଶଙ୍କ ମୁଣ୍ଡର ପଛପଟୁ ଗୁଳି ବାଜିଛି। ଆଉ ସେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ପୋଲିସ ଅଧୀକ୍ଷକ ସାନ୍ତୋଶ କୁମାର ସିଂ କହିଛନ୍ତି ଯେ ଓମପ୍ରକାଶଙ୍କୁ ମେରୁତ ର ଏକ ଡାକ୍ତରଖାନାକୁ ପଠାଯାଇଛି। ଏଥିସହିତ ପୋଲିସ ଏହି ଘଟଣାର ଗୁରୁତ୍ୱକୁ ବୁଝି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଓମପ୍ରକାଶ ତାଙ୍କ ଜମିକୁ ୧୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଆଉ ଏହି ଟଙ୍କାରେ ସେ ଅନ୍ୟ ଏକ ଜମି କିଣିଥିଲେ। କୁହାଯାଉଛି ଯେ ଓମପ୍ରକାଶ ତାଙ୍କର ଦୁଇ ପୁଅ ଏବଂ ବୋହୂଙ୍କ ମଧ୍ୟରୁ ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରୁଥିଲେ। ଏଥି ସହିତ, ଏହି ମାମଲାରେ ପୋଲିସ କହିଛି ଯେ, ଅଲଗା ସ୍ଥାନରେ ଜମି କିଣିବାରୁ ଦ୍ୱିତୀୟ ପୁତ୍ର ଜିତେନ୍ଦ୍ର ଓମପ୍ରକାଶଙ୍କ ଉପରେ ରାଗିଗଲେ। ଆଉ ତାଙ୍କ ସହିତ ଝଗଡ଼ା କଲେ। ଆଉ ଶେଷରେ ବାପା ମାଆ ଉଭୟଙ୍କୁ ସେ ଗୁଳି ଚଳାଇ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଜିତେନ୍ଦ୍ରର ଗୁଳିମାଡ଼ରେ ତାର ମାଆ ପ୍ରାଣ ହରାଇଥିବା ବେଳେ, ତାର ବାପା ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଆଉ ପୋଲିସ ତାକୁ ଗିରଫ କରି ଘଟଣାର ଅଧିକ ଅନୁସନ୍ଧାନ ଚଲାଇଛି।