ସଂସ୍କାର : ଗତ କିଛି ଦିନ ହେବ ଯୁବ ବ୍ୟବସାୟୀ ସୋମ୍ୟରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ପ୍ରେମିକାକୁ ଦାୟୀକରି ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି। ଜଣେ ଅସାମାଜିକ ଯୁବତୀଙ୍କ ପାଇଁ ସୋମ୍ୟ ସୁଇସାଇଡ଼ କରି ନିଜର ପ୍ରାଣ ହରାଇଛନ୍ତି।
ସୋମ୍ୟ ସୁଇସାଇଡ଼ କରିବା ପରେ ତାଙ୍କ ପରିବାର ଲୋକେ ଧର୍ଯ୍ୟହରା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି। ତେବେ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ। ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିସାରିଛନ୍ତି।
ତେବେ ଗତ ଦୁଇ ଦିନ ହେବ ସୋନାଲି ଆଉ ସୋମ୍ୟଙ୍କ ଏକ କଲ୍ ରେକର୍ଡିଙ୍ଗ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଯାହାକି ରାଜ୍ୟର ବିଭିନ୍ନ ଗଣମାଧ୍ୟମ ହାତରେ ମଧ୍ୟ ଲାଗିଛି। ତେବେ ଆପଣ ମାନେ ସମସ୍ତେ ଏହି କଲ୍ ରେକର୍ଡିଙ୍ଗ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୋମ୍ୟ ସୁସାଇଡ କରିବା ପୂର୍ବରୁ ଅନେକ ଥର ସୋନାଲିକୁ କଲ୍ କରିଥିଲେ ହେଲେ ସୋନାଲି ତାଙ୍କ ଫୋନ ଉଠାଇ ନଥିଲେ।
ତେବେ ଏହି କଲ୍ ରେକର୍ଡିଙ୍ଗରେ ସୋମ୍ୟ କାନ୍ଦି କାନ୍ଦି ସୋନାଲିଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । ସୋମ୍ୟଙ୍କ ସହ ରିଲେସନରେ ରହିବା ସମୟରେ ସୋନାଲି ସାରସ୍ଵତ ନାମକ ଯୁବକଙ୍କ ସହ କଥା ହେଉଥିଲେ । ତେବେ ଏହି କଲ୍ ରେକର୍ଡିଙ୍ଗରେ ସୋମ୍ୟ ସୋନାଲିଙ୍କୁ ସାରସ୍ଵତଙ୍କ ସହ କଥା ହେବାକୁ ମନା କରୁଛନ୍ତି , ଯାହା ଆପଣ ଶୁଣିପାରୁଥିବେ। ହେଲେ ସେହି ସମୟରେ ସୋନାଲି ସୋମ୍ୟଙ୍କୁ କହୁଛନ୍ତି-‘ତୁମେ କାନ୍ଦ ତୁମେ କାନ୍ଦ କାନ୍ଦିକି ଗଡି ଯାଅ ତମେ କାନ୍ଦିକି ଗଡିଗଲେ ବି ମୋତେ କିଛି ଫରକ ପଡିବ ନାହିଁ’ ।
ଆଗକୁ ସୋନାଲି କହିଛନ୍ତି-‘ ମୋତେ ଫୋନ କରିବ ନାହିଁ , ମୁ ମନା କରୁଛି । ମୁ ସାରସ୍ଵତ ସହ ଗପେ କି ଯାହା ସହ ଗପେ। ତମର କଣ ଗଲା । ମୁ ସାରସ୍ଵତ ସହ ଗପିବି ତମେ କଣ କରିବ ମୋର ମୁ ସାରସ୍ଵତ କଣ କେତେ ଟୋକାଙ୍କ ସହ ଗପିବି’।
ସୋନାଲି ଆହୁରି ବି କହିଛନ୍ତି ସୌମ୍ୟଙ୍କୁ ତୁ କଣ ଗୋଟେ ବାପାର ପୁଅ। ମୋତେ ଫୋନମନ କରିବ ନି ମୁଁ ମନା କରୁଛି ସିଧା। ମୋତେ ବିଲକୁଲ କରିବନି। ଏମିତି ଅନେକ କଥା ହୋଇଛନ୍ତି ଏହି ଦୁହେଁ। ତେବେ ଆସନ୍ତୁ ଶୁଣିବା…..
ଅଡିଓ କ୍ଲିପ ଭିଡ଼ିଓ ମାଧ୍ୟମରେ….