ସୋର ବସ ଦୁର୍ଘଟଣା : ମୃତକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ସଂସ୍କାର : ଶନିବାର ଦିନ ଅପରାହ୍ନରେ ବାଲେଶ୍ବରର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତିଙ୍କର ମୃତ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଆଉ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସୋରର ବିଦୁ ଛକରେ ଟ୍ରକ ଧକ୍କାରେ ବସଟି ଓଲଟି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ସହ ବସରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ବସଟି ଓଲଟିପଡିଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟ ଆହୁରି ବଢ଼ିପାରେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *