ସଂସ୍କାର : ଧିରେ ଧିରେ ବଢିବାରେ ଲାଗିଛି ଭୁବନେଶ୍ୱରର ଯୁବ ବ୍ୟବସାୟୀ ତଥା ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆତ୍ମହତ୍ୟାର ମାମଲା। ସୌମ୍ୟରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ ଅନେକ ଆଲୋଚନା ଏବଂ ସମାଲୋଚନା ଚାଲିଛି। ଅନେକ ବୟାନ ବାଜି ଏବଂ ଆରୋପ ପ୍ରତ୍ୟାରୋପ ଭିତରେ ଏହି ଖବର ବର୍ତ୍ତମାନ ବହୁତ୍ ଚର୍ଚ୍ଚାରେ ରହିଛି।

ତେବେ ଓଡିଶାର ଏକ ଚର୍ଚ୍ଚିତ ଖବର ପାଲଟି ଥିବା ମଡେଲ ସୌମ୍ୟରଞ୍ଜନଙ୍କ ଆତ୍ମହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଆସିପାରିନାହିଁ। ପୋଲିସ୍ ପ୍ରକୃତ ଦୋଷୀ କିଏ ଜାଣିବା ପରେ ବି ଚୁପ ହୋଇ ବସିଛି। ଇନ୍ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପ୍ରେମ ପ୍ରତାରଣା କୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିଲା।

ସୌମ୍ୟ ରଞ୍ଜନ ନିଜ ପ୍ରେମିକା ସୋନାଲି ନନ୍ଦ ଠାରୁ ଧୋକା ପାଇବା ପରେ ସୁଇସାଇଡ କରିଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆତ୍ମହତ୍ୟା ପୂର୍ବରୁ ସୌମ୍ୟ ରଞ୍ଜନ ଶୁଇସାଇଡ ନୋଟ୍ ରେ ତାଙ୍କର ଆତ୍ମହତ୍ୟାର କାରଣ ସୋନାଲି ବୋଲି ଉଲେଖ୍ୟ କରିଥିଲେ। ସୌମ୍ୟ ଗତ ଦୁଇବର୍ଷ ହେବ ଗାୟିକା ସୋନାଲି ନନ୍ଦଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇ ଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା।

ତେବେ ସୌମ୍ୟଙ୍କ ନିକଟରୁ ମିଳିଥିବା ସୁଇସାଇଡ ନୋଟ୍ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ ଏବଂ ପରିବାରର ଅନ୍ୟ ସଦସ୍ୟ କହିଛନ୍ତି। ଏହା ସହିତ ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ଏଯାବତ୍ ସେହି ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ। ଆଉ ଏହି ସମୟରେ ମୃତ ସୌମ୍ୟ ରଞ୍ଜନ ଙ୍କ ଜଣେ ଭାଇ ଅଙ୍କିତ ମିଶ୍ର କହିଛନ୍ତି ଯେ ସେ ଝିଅ ଜେଲ୍ ଯିବା ଆବଶ୍ୟକ। ଆମେ ସୌମ୍ୟ ଭାଇଙ୍କ ବାହାଘରରେ ଭୋଜି କରିଥାଆନ୍ତୁ କିନ୍ତୁ ଏକାଦଶାହ କର୍ମ କରୁଛୁ।

ସେ କହିଛନ୍ତି ଭାଇର ଏହି ନିଷ୍ପତି ଠିକ୍ ହେଲାନି। ସେ ଝିଅ ଘରେ ପରିବାର ସଦସ୍ୟଙ୍କ ଆଗରେ ଏପରି କଥା କହି ପାରୁଛି ଯେ ତୁ ଯାହା ବି କଲେ ମୋର ଫରକ ପଡ଼ିବନି ତାମନେ ସେ ଝିଅର କେତେ ସାହାସ ଏବଂ କିପରି ଚରିତ୍ର ତାହା ଜଣା ପଡି ଯାଉଛି। ସୋନାଲି ନନ୍ଦକୁ ଜେଲ୍ ହେବା ଆବଶ୍ୟକ। ସୋନାଲି ପାଇଁ ଆଜି ଆମ ଭାଇଙ୍କ ଜୀବନ ଯାଇଛି।
ଦେଖନ୍ତୁ ଭିଡ଼ିଓ :