ସଂସ୍କାର : ବାବୁସାନ-ତୃପ୍ତିଙ୍କ ନିଆରା ପ୍ରେମ କାହାଣୀ। ଗତ ଜୁଲାଇ ୨୩ ତାରିଖରେ ବାବୁସାନ-ତୃପ୍ତି ଆଉ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ପାରିବାରିକ ବିବାଦ ଉପୁଜିଥିଲା। ବାବୁଶାନଙ୍କୁ ପ୍ରକୃତି ବର୍ବାଦ କରୁଥିବା ଅଭିଯୋଗ ଆଣିଥିଲେ ବାବୁଙ୍କର ସ୍ତ୍ରୀ ତୃପ୍ତି। ତେବେ ଆମେ ସେହି ଖବର ଆଡ଼କୁ ଯିବା ନାହିଁ। କାରଣ ଏହି ଖବର ବିଷୟରେ କାହାକୁ ଅଛପା ନୁହଁ। ଆଜି ଆମେ ଜାଣିବା ବାବୁସାନ-ତୃପ୍ତିଙ୍କ ନିଆରା ଲଭ୍ ଷ୍ଟୋରୀ ବିଷୟରେ…
ଜଣେ ସେଲିବ୍ରେଟି ଆଉ ଜଣେ ଶିକ୍ଷୟତ୍ରୀ। ବାବୁସାନ-ତୃପ୍ତିଙ୍କ ନିଆରା ପ୍ରେମ କାହାଣୀ। ଗତ ଏକ ମାସର ବିବାଦ ଭିତରେ ବାବୁଶାନ୍ ଆଉ ତୃପ୍ତିଙ୍କ ବିବାହ ଭିଡ଼ିଓ ଚର୍ଚ୍ଚାକୁ ଆସିଛି। ନିଜର ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ବାବୁ। ବାବୁସାନଙ୍କୁ ଯେତେବେଳେ ୨୩ବର୍ଷ ହୋଇଥିଲା ସେତେବେଳେ ସେ ତୃପ୍ତିଙ୍କୁ କୋର୍ଟରେ ବିବାହ କରିଥିଲେ ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେ ଦିନ ଥିଲା ୪ ଏପ୍ରିଲ ୨୦୧୪ ମସିହା। ଏହି ଦୁଇ ଜଣଙ୍କ ବିବାହରେ ଅଳ୍ପ କିଛି ସଂପର୍କୀୟ ଓ ଅତିଥି ଉପସ୍ଥିତ ଥିଲେ । ବାବୁସାନ-ତୃପ୍ତି ପ୍ରଥମେ କୋର୍ଟ ମ୍ୟାରେଜ୍ କରିଥିଲେ। ପରେ ବିବାହର ୬ମାସ ପରେ ଭୁବନେଶ୍ୱରରେ ଏକ ଗ୍ରାଣ୍ଡ ପାର୍ଟୀରେ ଆୟୋଜନ କରାଯାଇଥିଲା।
ଏହି ପାର୍ଟୀରେ ଓଲିଉଡର ବଡବଡ କଳାକାର , ନିର୍ଦ୍ଦେଶକ, ପ୍ରଯୋଜକ ମାନେ ଆସିଥିଲେ । ସେ ସମୟରେ ବାବୁସାନ ଓ ତୃପ୍ତିଙ୍କ ବିବାହ ଖବର ବେଶ ଚର୍ଚ୍ଚାରେ ରହିଥିଲା ।ବାବୁସାନଙ୍କ ପିଲାଦିନର ସାଥୀ ହେଉଛନ୍ତି ତୃପ୍ତି । ସ୍କୁଲ ସମୟରୁ ଦୁହେଁ ଭଲ ବନ୍ଧୁ ଥିଲେ । ପରବର୍ତୀ ସମୟରେ ବନ୍ଧୁତା ପ୍ରେମରେ ବଦଳିଗଲା ।
ପାଖାପାଖି ୫ ବର୍ଷ ଧରି ଦୁହେଁ ଲିଭ ଇନ୍ ରିଲେଶନରେ ଥିଲେ ବୋଲି ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। ଦୁହିଁଙ୍କ ମଧ୍ୟରେ ନିବିଡତା ବଢିଥିଲା ଓ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ। ଯାହା ଜାଣିବା ପରେ ପରିବାର ଲୋକେ ଉଭୟଙ୍କ ବିବାହ କରାଇଥିଲେ ।
ବିବାହର ୭ବର୍ଷ ପରେ ବାବୁସାନ ଓ ତୃପ୍ତିଙ୍କର ପୁତ୍ର ସନ୍ତାନ ହୋଇଥିଲା । ଏ ନେଇ ନିଜେ ବାବୁସାନ ମିଡିଆ ସାମନାରେ ପ୍ରକାଶ କରିଥିଲେ । ପତ୍ନୀ ଙ୍କ ସହ ବେଶ ଖୁସିରେ ସଂସାର ଆରମ୍ଭ କରିଥିଲେ ହେଲେ ୨୦୨୧ ଠାରୁ ସେ ପରିବାରଠାରୁ ନିଜକୁ ଦୂରେଇ ରଖୁଥିଲେ।
ଘରକୁ ଆସୁନଥିଲେ, ଆସିଲେ କମ ସମୟ ରହି ଯାଉଥିଲେ । ଏତେ ସବୁ ଘଟଣା ଦୁର୍ଘଟଣା ଘଟିବା ସତ୍ୱେ ମା ଅପରାଜିତା ତାଙ୍କୁ ଫେରିଆସିବା ପାଇଁ ନିବେଦନ କରିଥିଲେ ଏବଂ ବାବୁସାନ ଏବେ ଏଥିପାଇଁ ଦୁଃଖ ପ୍ରକାଶ କରି ସାରା ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।