ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ରାଜ୍ୟର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆସନ୍ତାକାଲି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦିଆଯାଇଛି । ଦିଆଯାଇଥିବା ପାଣିପାଗ ବିଭାଗ ସୂଚନା ଅନୁସାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେଟା ଅଞ୍ଚଳରେ ଆସନ୍ତାକାଲି ବର୍ଷା ହୋଇପାରେ ।

ଏହାସହିତ ଆଉ କେତୋଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଫଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ତଥା ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ଏକ ଚିଠି ମାଧ୍ୟମରେ ପରାମର୍ଶ ଦେଉଛନ୍ତି । ସୂଚନାଥାଉ ଯେ ଉପରୋକ୍ତ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।