ମାଟ୍ରିମୋନି ଆପରୁ ଆରମ୍ଭ , ଓୟୋରେ ବିବାଦ … ଯୁବତୀ କହିଲେ ଲକ୍ଷେ ଦେ, ନ ହେଲେ ରେପ୍ କେସ୍ ଲଗାଇଦେବି …

ସଂସ୍କାର : ଆଜିକାଲି ପ୍ରେମର ସଂଜ୍ଞା ବଦଳିଗଲାଣି। ବର୍ତ୍ତମାନ ଯୁବତୀ ମାନେ ଯୁବକଙ୍କ ଉପରେ ଭାରି ପଡ଼ୁଛନ୍ତି। ସେମାନଙ୍କୁ ଧମକ ଦେଉଛନ୍ତି। ପ୍ରଥମେ ମିଠା ମିଠା କଥା କୁହନ୍ତି , ପରେ ହୋଟେଲ ବେଡରୁମରେ କାମ ସାରି ଯୁବକଙ୍କୁ ଟଙ୍କା ପଇସା କାରବାର କରିବା ପାଇଁ ଧମକ ଦେବାର ଦେଖା ଯାଇଥାଏ। ଏମିତି ହିଁ ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରୁ।

ପ୍ରଥମେ ଯୁବତୀ ଜଣକ ଜଣେ ଯୁବକଙ୍କୁ ମାଟ୍ରିମୋନି (ବିବାହ ମଧ୍ୟସ୍ଥତା) ଆପ୍‌ ମାଧ୍ୟମରେ ଚାଟିଂ କଲେ। କଥାବାର୍ତ୍ତାରୁ ହେଲେ ବନ୍ଧୁତା। ପରେ ଏହି କଥାବାର୍ତ୍ତା ପ୍ରେମରେ ରୂପାନ୍ତରିତ ହେଲା । ଆଉ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ପ୍ରେମିକ ପାରାଦୀପରୁ ରାଜଧାନୀକୁ ମାଡି଼ ଆସିଥିଲେ। ଉଭୟେ ‘ଓୟୋ’ର ଗୋଟିଏ ରୁମ୍‌ରେ ରାତି କଟାଇଲେ। କିନ୍ତୁ ସକାଳୁ ଯୁବତୀଙ୍କ ଅସଲି ରୂପ ପଦାକୁ ଆସିଲା । ଅସଦାଚରଣ ଅଭିଯୋଗରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଡିମାଣ୍ଡ କଲେ, ଲକ୍ଷେ ଟଙ୍କା ଦେ… ନହେଲେ ଥାନାରେ ଏତାଲା ଦେବି। ରେପ୍ କେସ୍ ରେ ଫସେଇ ଦେବି। ପୁଲିସ ବାନ୍ଧିବ ଆଉ ତତେ ଜେଲ୍ ହେବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସପ୍ତାହେ ତଳେ ଅନ୍‌ଲାଇନ୍‌ ଆପ୍‌ରେ ଏହି ପ୍ରେମୀଯୁଗଳ ଭେଟ ହୋଇ ଥିଲେ । ପୁଅଟି ବେଙ୍ଗାଲୁରୁସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ ଝିଅଟି ଭୁବନେଶ୍ୱରର ଫ୍ୟାସନ୍‌ ଡିଜାଇନିଂ କୋର୍ସ ପରେ ଘରେ ବସିଥିଲେ । ମାଟ୍ରିମୋନି ଆପ୍‌ରେ ପୁଅ-ଝିଅଙ୍କ ପ୍ରୋଫାଇଲ୍‌ ମିଶିବା ପରେ ଉଭୟେ ଫୋନ୍‌ରେ ବେଶ୍‌ କିଛି ଘଣ୍ଟା ଗପିଥିଲେ । ଉଭୟେ ଆଇଡି ମାର୍କେଟରେ ଥିବା ମା’ ମଙ୍ଗଳା ହୋଟେଲରେ ଭେଟିବାକୁ ଯୋଜନା କରିଥିଲେ । ରୁମ୍‌ ନମ୍ବର ୧୦୫ରେ ଉଭୟଙ୍କ ଭେଟଘାଟ ହେଲା । କିନ୍ତୁ କିଛି ସମୟ ପରେ ଯୁବତୀଜଣକ ରୁମ୍‌ରୁ ବାହାରି ଚିଲ୍ଲାଇବାକୁ ଲାଗିଲେ । ଫୋନ୍‌ କରି ଜଣେ ପୁରୁଷବନ୍ଧୁଙ୍କୁ ଡକାଇଲେ । ଆଖପାଖରୁ କିଛି ଲୋକ ଛିଡ଼ା ହୋଇ ତମାସା ଦେଖିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଯୁବତୀଜଣକ ରୁମ୍‌ରେ ଅସଦାଚରଣ ଅଭିଯୋଗ ଆଣି ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପରେ ଯୁବକଙ୍କ ଗାଡି଼ ଚାବି ଛଡ଼ାଇ ନେଇଥିଲେ । ଯୁବକଙ୍କୁ ହୋଟେଲ ରିସେପସନ ଚେୟାରରେ ଜବରଦସ୍ତି ବସାଇ ଥାନାକୁ ଘୋଷାଡି ନେବାକୁ ଧମକ ବି ଦେଲେ ।

ନିରୁପାୟ ଯୁବକ ଜଣକ ଶେଷରେ ଦୌଡି ଯାଇ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ । ପଛେ ପଛେ ଯୁବତୀ, ତାଙ୍କ ଭଉଣୀ ଓ ପୁରୁଷବନ୍ଧୁ ମଧ୍ୟ ଥାନାକୁ ଯାଇଥିଲେ । ପୁଲିସ କହିଛି, ଓୟୋରେ ଏମିତି ଘଟଣା ଘଟିଛି ସତ । କିନ୍ତୁ ପରେ ଯୁବତୀ କି ଯୁବକ କେହି ଲିଖିତ ଅଭିଯୋଗ କଲେନି । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିଲା। ଆଉ ସେମାନେ ସେଠୁ ପଳାଇଯାଇଛନ୍ତି।

Leave a Reply

Your email address will not be published. Required fields are marked *