ସଂସ୍କାର : ଆଜିର ଶିଶୁକୁ ଯଦି ଆମେ ଉଚିତ ଆଉ ଭଲ ଶିକ୍ଷା ଦେବା ତେବେ ସେମାନେ ଭବିଷ୍ୟତରେ ଭଲ ମଣିଷଟିଏ ହୋଇ ଲୋକଲୋଚନକୁ ଆସିବେ। ତେଣୁ ଶିଶୁମାନଙ୍କୁ ଉଚିତ ଲାଳନପାଳନ କରାଯିବା ଉଚିତ। ତେବେ ଗାଁଗହଳିର ଛୋଟ ପିଲାମାନଙ୍କୁ ଶିକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଆମ ଅଙ୍ଗନବାଡ଼ି କର୍ମୀମାନେ। ତେଣୁ ସେମାନଙ୍କ ପାଇଁ ଆମ ରାଜ୍ୟ ସରକାର ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛନ୍ତି।

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅଙ୍ଗନବାଡ଼ି ସହାୟକମାନଙ୍କ ପ୍ରୋତ୍ସାହନ ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେବାରୁ ନିବୃତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ଏବେ ୨୦ ହଜାର ଟଙ୍କା ବଦଳରେ ୪୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି। ଏଥିସହିତ ମିନି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି । ସେମାନଙ୍କୁ ଏବେ ୧୫ ହଜାର ବଦଳରେ ୩୦ ହଜାର ଟଙ୍କା ଦିଆଯିବ। ସେହିପରି ଅଙ୍ଗନବାଡ଼ି ସହାୟକଙ୍କ ପ୍ରୋତ୍ସାହନ ରାଶି ୧୦ ହାଜରରୁ ୨୦ ହଜାରକୁ ବଢ଼ାଇ ଦିଆଯାଇଛି। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ରାଜ୍ୟର ପାଖାପାଖି ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ିକର୍ମୀ ଉପକୃତ ହେବେ।

ତେବେ ସମସ୍ତଙ୍କର ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଦ୍ବିଗୁଣିତ ହୋଇଛି। ଯାହାକି ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ଖୁସି ଖବର। କାରଣ ଏମାନେ ହିଁ ଗ୍ରାମାଞ୍ଚଳରେ ଥିବା ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆଉ ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି।