ଲକଡାଉନ ନିୟମ ମାନି ଘରୁ ନ ବାହାରି ବି ହେଲେ କରୋନା ପଜିଟିଭ, ଜାଣନ୍ତୁ କିପରି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋରର ଚିହ୍ନଟ ହୋଇଥିବା ୧୦୧ ଓ ୧୦୨ ନମ୍ବର  କରୋନା ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଅନୁଯାୟୀ ୧୦୧ ନମ୍ବର ରୋଗୀ ମାର୍ଚ୍ଚ ୨୨ ତାରିଖରୁ ଅପ୍ରେଲ ୨୪ ତାରିଖ ପର୍ଯ୍ୟନ୍ତ ନିଜ ଘରେ ହିଁ ରହିଥିଲେ । ଏହାପରେ ବି ତାଙ୍କର ନମୁନାରେ ପଜିଟିଭ୍ ଟିହ୍ନଟ ସମସ୍ତଙ୍କୁ ହତବାକ କରିଦେଇଛି । ଗତ ୨୫ ତାରିଖରେ ବ୍ୟକ୍ତି ଜଣକର କରୋନା ପରୀକ୍ଷାର ରିପୋର୍ଟ ପଜିଟିଭ ଆସିଥିଲା ଯାହାପରେ ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦତ୍ତ ଗସ୍ତ ବିବରଣୀ ଅନୁଯାୟୀ ୧୦୨ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ ଲକଡାଉନ ନିୟମ ମାନି ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୧୮ ତାରିଖ ଯାଏଁ ଘରେ ରହିଥିଲେ । ଅପ୍ରେଲ ୧୮ ତାରିଖରେ ତାଙ୍କଠାରେ ସାଧାରଣ ଲକ୍ଷଣ ଦେଖାଯିବା ପରେ ବି ସେ ୨୪ ତାରିଖ ଯାଏଁ ଘରେ ରହିଥିଲେ । କିନ୍ତୁ ସନ୍ଦେହ କରି ସେଇ ୨୪ ତାରିଖ ଦିନ ହିଁ ସେ ନିଜର ନମୁନା ପରୀକ୍ଷା କରେଇଥିଲେ ଓ ୨୫ ତାରିଖରେ ସେ କରୋନା ପଜିଟିଭ୍ ଟିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ବି ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏମିତିକି ୧୦୩ ନମ୍ବର ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ମଧ୍ୟ ପୂର୍ବରୁ ରାଜ୍ୟ ସରକାର ଦେଇଛନ୍ତି ଯେଉଁଥିରେ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବୃଦ୍ଧ। ଥଣ୍ଡା ହେବାରୁ ଅପ୍ରେଲ ୨୧ରୁ ୨୩ ତାରିଖ ଯାଏଁ ସେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗସ୍ତ ବିବରଣୀ ପାଇଁ ତାଙ୍କର ନମୁନା ସଂଗ୍ରହ ହୋଇଥିଲା ଓ ଗତ ୨୫ ତାରିଖରେ ସେ ବି କରୋନା ପଜିଟିଭ୍ ବୋଲି ଟିହ୍ନଟ ହୋଇଥିଲେ ।

Leave a Reply

Your email address will not be published. Required fields are marked *