BMC ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି : ଏଣିକି ଦୋକାନ ସାମ୍ନାରେ କି ନିକଟରେ ଲୋକଙ୍କୁ ଖାଇବାର ଦେଖିଲେ .. ପଢନ୍ତୁ ପୁରା ରିପୋର୍ଟ

ରାଜ୍ୟରେ ଅନଲକ ୩.୦ ଆରମ୍ଭ ହେଇଯାଇଛି । ରାଜଧାନୀ ଭୁବନେଶ୍ୱରର ହୋଟେଲ, ଠେଲା, ଷ୍ଟଲ୍‌ ଯେକୌଣସି ଖାଇବା ଦୋକାନ ଖୋଲିଛି ସତ କିନ୍ତୁ କେବଳ ଖାଦ୍ୟ ପାର୍ସଲ ନେବାକୁ ଅନୁମତି ମିଳିଛି । ଯଦିକେହି ଏ ନିୟମ ଉଲଂଘନ କରେ, ଦୋକାନ ସାମ୍ନାରେ ହେଉ କି ପାଖରେ ଲୋକଙ୍କୁ ଖାଇବାକୁ ପରଷୁ, ଉକ୍ତ ଦୋକାନୀକୁ ଗଣିବାକୁ ପଡ଼ିବ ଜରିମାନା । କେବଳ ସେତିକି ନୁହେଁ ସିଲ୍‌ କରାଯିବ ଉକ୍ତ ଦୋକାନ ।

ସୂଚନା ଅନୁଯାୟୀ BMC ର ଜୋନାଲ ଡେପୁଟି କମିସନର କହିଛନ୍ତି ଯେ, ଚାଟ୍‌ ଦୋକାନ, ଗୁପଚୁପ୍‌ ଦୋକାନ, ଜଳଖିଆ ଦୋକାନଗୁଡ଼ିକୁ କେବଳ ପାର୍ସଲ ବିକି ପାରିବେ । ଦୋକାନ ଆଗରେ ଠିଆ କରାଇ ଖୁଆଇ ପାରିବେ ନାହିଁ । ଜୀବନ ଜୀବିକାକୁ ଦେଖି ଆମେ ଦୋକାନ ଖୋଲିବାକୁ ଅନୁମତି ଦେଲୁ ହେଲେ ନିୟମ କେହି ମାନୁନାହାନ୍ତି ।

ତେଣୁ BMC ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍‌ କରାଯିବ । ଜନସାଧାରଣ ପାର୍ସଲ ନେଇ ଘରେ ଖାଆନ୍ତୁ । କୌଣସି ଦୋକାନୀ ଦୋକାନ ନିକଟରେ ଖାଇବାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ । ଏମିତିକି ଚା’ ଦୋକାନ ସାମ୍ନାରେ ବି ଛିଡ଼ା ହୋଇ ଚା’ ପିଇବାକୁ ଅନୁମତି ଦିଆଯାଇନି । କାରଣ ଚା’ ପିଇଲାବେଳେ ହିଁ ଲୋକେ ଏକାଠି ହୁଅନ୍ତି, ଖଟି କରନ୍ତି । ତେଣୁ ଦୋକାନୀ ସମେତ ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହିତ ଦରକାର ପଡ଼ିଲେ ଦୋକାନ ବନ୍ଦ କରିଦିଆଯିବ ।

Leave a Reply

Your email address will not be published. Required fields are marked *