ଲଣ୍ଡନ୍ କଲେଜ ଅଫ ୟୁନିଭର୍ସିଟିର ଅଧ୍ୟୟନ ଅନୁସାରେ ଏହି ମାରାତ୍ମକ ଭାଇରସ୍ ଯେକୌଣସି ଚଟାଣରେ ୫ଦିନ ଯାଏଁ ବଞ୍ଚି ରହିପାରେ । ଏକ ପରେକ୍ଷଣ ମୁତାବକ ୧୦ ଘଣ୍ଟା ଭିତରେ ଏହି ଭାଇରସ ବିରାଟ ସ୍ଥାନକୁ ସଂକ୍ରମିତ ହେଇପାରେ । ଅଧ୍ୟୟନରେ ବ୍ରିଟେନର ଗ୍ରେଟ୍ ଓରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲର ଗୋଟିଏ ବେଡ଼ର ରେଲିଂରେ କୋଭିଡ଼-୧୯କୁ ଛାଡ଼ି ଦିଆଯାଇଥିଲା ଆଉ ୧୦ ଘଣ୍ଟା ପରେ ତାହା ପୂରା ୱାର୍ଡ଼ର ପ୍ରତ୍ୟେକ କୋଣ ଅନୁକୋଣକୁ ବ୍ୟାପି ଯାଇଥିଲା ।
ଗବେଷକମାନେ ପ୍ରୟୋଗ ସମୟରେ ଜଣେ ରୋଗୀଙ୍କ ଶ୍ଵାସରୁ ନେଇଥିବା କୋଭିଡ଼-୧୯ ଭାଇରସ୍ ଏବଂ କୃତ୍ରିମ ଭାବରେ ଗଛକୁ ସଂକ୍ରମିତ କରୁଥିବା ଭାଇରସର ବ୍ୟବହାର କରିଥିଲେ ଯାହା ମନୁଷ୍ୟକୁ ସଂକ୍ରମିତ କରି ପାରୁ ନଥିଲା । ଏହା ପରେ ପାଣିର ଗୋଟିଏ ବୁନ୍ଦାରେ ଦୁଇଟିକୁ ମିଶାଇ ରେଲିଂରେ ଛାଡ଼ି ଦିଆଯାଇଥିଲା । ଆଉ ଯଦି ହସ୍ପିଟାଲ ପ୍ରସଙ୍ଗ ଉଠେ ତେବେ ନିଆଯାଇଥିବା ନମୁନାରେ ୫୦ ପ୍ରତିଶତ ଭାଇରସ ମିଳିଥିଲା ।

୩ ଦିନ ପରେ ଯେତେବେଳେ ପୁଣିଥରେ ନମୁନା ପରୀକ୍ଷା କରାଗଲା ସେତେବେଳେ ସଂକ୍ରମଣ ୪୧ ପ୍ରତିଶତରୁ ବଢ଼ି ୫୯ ପ୍ରତିଶତରେ ପହଞ୍ଚିଲାଣି । ଏହା ପରେ ୫ ଦିନରେ ୱାର୍ଡ଼ର ୪୪ ଟି ସ୍ଥାନରେ ଶହଶହ ନମୁନା ନିଆଗଲା । ୧୦ ଘଣ୍ଟା ପରେ ହିଁ ପ୍ରାଥମିକ ନମୁନାରୁ ଜଣା ପଡ଼ିଗଲା ଯେ ବେଡ଼ ରେଲିଂ, କବାଟର ହ୍ୟାଣ୍ଡଲ୍, ଚେୟାର, ୱେଟିଂ ରୁମଠୁ ନେଇ ପିଲାଙ୍କ ଖେଳଣା ଏବଂ ବହିରେ ଭାଇରସ୍ ବ୍ୟାପି ଯାଇଥିଲା ।
ହସ୍ପିଟାଲର ଷ୍ଟାଫ, ରୋଗୀ ଏବଂ ଆଗନ୍ତୁକଙ୍କ ଜରିଆରେ ଏହି ଭାଇରସ ସାରା ହସ୍ପିଟାଲରେ ବ୍ୟାପି ଯାଇଥିଲା । ଗବେଷଣାର ୩ୟ ଦିନ ଯାଏଁ ୮୬ ପ୍ରତିଶତ ନମୁନାରେ ସଂକ୍ରମଣ ମିଳିଥିଲାବେଳେ ୫ମ ଦିନ ପରେ ହିଁ ସଂକ୍ରମଣ କମି ଯାଇଥିଲା । ଗବେଷଣା ଅନୁଯାୟୀ ଚଟାଣରେ ଭାଇରସର ପ୍ରସାର ତୀବ୍ର ଥାଏ ଓ ତାହା ସ୍ଵଚ୍ଛତା ତଥା ଦାୟିତ୍ଵହୀନତା ଯୋଗୁ ବି ମହଙ୍ଗା ପଡ଼ିପାରେ ।