ଆଖିର ଆଲୁ (stye in eye) କୁ ଠିକ କରିବାର ରାମବାଣ ଉପାୟ…

ଯଦି ଆପଣଙ୍କର ଉପର କିମ୍ବା ତଳ ଆଖିରେ ଏକ ଛୋଟ ‘ଘା’ ହୁଏ, ଏବଂ ସେହି ‘ଘା’ ଯୋଗୁଁ ଆପଣ ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ତାହାକୁ ଆଖିର ଆଲୁ (stye in eye) କୁହାଯାଏ।

ଆଖିରେ ଆଲୁ ହେବାର କାରଣ :

  • ଆଖିପତାର ଚାରିପାଖରେ ଥିବା ତେଲ ଗ୍ରନ୍ଥିରେ ସଂକ୍ରମଣ ହେଲେ ଏହି ‘ଘା’ ହୋଇଥାଏ। ଏହି ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟ କୁ ବିସ୍ତାର ହୁଏନାହିଁ। ଏହା ସଂକ୍ରାମକ ନୁହେଁ।
  • ଯଦି ଆପଣଙ୍କର ପେଟ ସଫା ନ ହୁଏ ଅର୍ଥାତ ଆପଣଙ୍କୁ କୋଷ୍ଠକାଠିନ୍ୟ ର ଅସୁବିଧା ଥାଏ , ତାହେଲେ ଆପଣଙ୍କର ଆଖିରେ ଆଲୁ ବାହାରି ଥାଏ।
  • ଆପଣ ବହୁତ ମାନସିକ ଚାପ (stress) ଭିତରେ ରହୁଛନ୍ତି, ତେବେ ମଧ୍ୟ ଆପଣଙ୍କର ଆଖିରେ ଆଲୁ ବାହାରି ଥାଏ।
  • ଆଖିରେ ଆଲୁ (stye in eye) ସାଧାରଣତଃ ଗ୍ରୀଷ୍ମ ଓ ବର୍ଷା ଋତୁରେ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶର ମାତ୍ରା କମିଯାଏ କିମ୍ବା ଅଧିକ ପରିମାଣରେ ଆମ୍ବ, ଅନ୍ୟ କୌଣସି ଗରିଷ୍ଠ ଖାଦ୍ୟ ସେବନ କରନ୍ତି, ତାହେଲେ ଆପଣ ଏହି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି।

ଆଖିର ଆଲୁ (stye in eye) ର ଘରୋଇ ଉପଚାର :

  • ଗୋଟା ଧନିଆ କୁ ଏକ ଘଣ୍ଟା ପାଣି ରେ ବତୁରାଇ ରଖନ୍ତୁ। ସେହି ପାଣିକୁ ଛାଣି ଦିଅନ୍ତୁ। ଛାଣି ଥିବା ପାଣି ରେ, ‘ଘା’ ହୋଇଥିବା ଆଖିକୁ ଧୂଅନ୍ତୁ ଏହିପରି ଦିନକୁ ତିନି, ଚାରି ଥର କରନ୍ତୁ।
  • ଘିକୁଆଁରୀ ରେ ବହୁତ ଔଷଧୀୟ ଗୁଣ ରହିଛି। ଘିକୁଆଁରୀ କୁ କାଟି ସେଥିରୁ ରସ ବାହାର କରନ୍ତୁ। ସେହି ରସ କୁ ଦିନକୁ ତିନି-ଚାରି ଥର ଲଗାନ୍ତୁ, ଏହି ପ୍ରକ୍ରିୟା ଦ୍ବାରା ଆଖି ର ଆଲୁ ଶୀଘ୍ର ଠିକ ହୋଇଯାଏ।
  • ଜାମ ଫଳ ର ପତ୍ରକୁ ଭଲ ଭାବେ ଧୋଇ ତାକୁ ପାଣି ରେ ପକାଇ ଗରମ କରନ୍ତୁ। ଅଳ୍ପ ଉଷୁମ ଥିବା ପତ୍ର କୁ ଆଖିରେ ସେକ ଦିଅନ୍ତୁ।
  • ଆଳୁର ଚୋପା ବାହାର କରି ତାକୁ ବାଟି ପେଷ୍ଟ ତିଆରି କରନ୍ତୁ। ସେହି ପେଷ୍ଟ କୁ ଆଖିରେ ଲଗାନ୍ତୁ। ଏହି ଉପାୟ ଦ୍ବାରା ଆଖିର ‘ଘା’ ଠିକ ହେବା ସହ ଆପଣଙ୍କ ର ଆଖି ତଳର କଳା ଦାଗ ମଧ୍ୟ ଦୂର ହୁଏ ।
  • ହଳଦୀ ଗୁଣ୍ଡ କୁ ଉଷୁମ ପାଣି ରେ ମିଶାନ୍ତୁ, ସେହି ପାଣି କୁ ଦିନକୁ ଚାରି, ପାଞ୍ଚ ଥର ଆଖିରେ ସେକ ଦିଅନ୍ତୁ।
  • ଗ୍ରୀନ ଟି କୁ ଗରମ ପାଣି ରେ ବୁଡ଼େଇ ରଖନ୍ତୁ, ତାହା ଉଷୁମ ହେଲା ପରେ ଆଖିରେ ସେକ ଦିଅନ୍ତୁ।