ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍ଭି-୪୨ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁ ନିକଟରେ ଥିବା ଏକ ଗଛରେ ଜଣେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ଯୁବକ ଏମ୍ଭି-୯ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ଏମ୍ଭି-୪୨ ଅଞ୍ଚଳର ବୋଲି ଜଣାପଡ଼ିଛି ।
ଘଟଣା ସାମ୍ନାକୁ ଆସିଲା ପରେ ସ୍ଥାନୀୟ ଲୋକେ ଖବର ଦେଲେ ପୋଲିସକୁ । ସୂଚନା ଅନୁସାରେ ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଏମିତିକି ଦୁହେଁ ମନ୍ଦିରରେ ବାହା ହୋଇଥିଲେ ଏବଂ ତା’ପରେ ସେମାନେ ଆତ୍ମହତ୍ୟା କରିଥିଲେ ମଧ୍ୟ ସନ୍ଦେହ କରାଯାଉଛି ।

ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କି ନା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇସାରିଛି ତଥାପି ଅଧିକ ତଥ୍ୟା ସାମ୍ନାକୁ ଆସିବା ନେଇ ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି । ହତ୍ୟା ନା ଆତ୍ମହତ୍ୟା ସେକଥା ଏଯାବତ୍ ଜଣାପଡ଼ିନି ।