ସଂସ୍କାର : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଦମ୍ପତି ସୁମିତ ଏବଂ ତପସ୍ୱିନୀ ଙ୍କର ବିବାଦୀୟ ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ଲୋକ ମାନେ ତପସ୍ୱିନୀ ଙ୍କୁ ସମର୍ଥନ କରୁଥିବା ର ମଧ୍ୟ ଜଣାପଡିଛି। ତେବେ ବର୍ତ୍ତମାନ ଏହି ଘଟଣା କୁ ନେଇ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସୁଥିବା ର ଆପଣ ମାନେ ଦେଖୁଥିବେ ନିଶ୍ଚିତ। କେତେବେଳେ ସୁମିତ ଙ୍କର ତ ଆଉ କେତେବେଳେ ତପସ୍ୱିନୀ ଙ୍କର ଭିଡିଓ ଭାଇରଲ ହେଉଛି। କିନ୍ତୁ ବର୍ତ୍ତମାନ ତପସ୍ୱିନୀ ଓ ସ୍ୱାମୀ ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ର ଏକ ଅଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।
ତେବେ ଏହି ଭାଇରଲ ଅଡିଓ ଟିକୁ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ କି, ତପସ୍ୱିନୀ ଏହିପରି କଥା ସବୁ କହିପାରନ୍ତି ବୋଲି। ତେବେ ଏହି ଅଡିଓ ଟି ଡାକ୍ତର ସୁମିତ ଏବଂ ତପସ୍ୱିନୀ ଙ୍କ ମଧ୍ୟରେ ହୋଇଥିବା କିଛି କଥାବାର୍ତ୍ତା ର। ତେବେ ଏଥିରେ ଡାକ୍ତର ସୁମିତ ପୁରା ଶାନ୍ତ ହୋଇ ଧୀରେ ଧୀରେ କଥା ହେଉଛନ୍ତି ଏବଂ ତାଙ୍କର ବ୍ୟବହାର କୁ ନେଇ କିଛି କହିଛନ୍ତି। କିନ୍ତୁ ତପସ୍ୱିନୀ ବହୁତ ବିରକ୍ତ ହୋଇ ନିଜ ଶଶୁରଙ୍କର ବିରୋଧରେ ତଥା ନିଜ ପୋଷାକ ପରିଧାନକୁ ନେଇ ରାଗରେ ତମ ତମ ହୋଇ ପାଟି କରୁଛନ୍ତି।
ତେବେ ଅଡିଓ ରେ ତପସ୍ୱିନୀ କହୁଛନ୍ତି କି,”ମୋ ଇଚ୍ଛା ମୁଁ ଯେମିତି ଚାହିଁବି ସେମିତି ଡ୍ରେସ ପିନ୍ଧିବି ତୁମେ କିଏ କହିବାକୁ, ମୁଁ ଯାହା ସହ କଥା ହେଲି ଯୋଉ ପୁଅ ସହ ମିଶିଲେ ତୁମର କଣ ଯାଉଛି, ତୁମେ କିଏ ମତେ ୟେ ସବୁ କହିବା କୁ ,ମୋ ଇଚ୍ଛା ମୁଁ ଯାହା କରିବି”। ତେବେ ଏହିସବୁ କଥା କହିବା ସମୟରେ ତପସ୍ୱିନୀ ବହୁତ ଉତେଜିତ ଥିଲେ ଏବଂ ସ୍ୱାମୀ ସୁମିତଙ୍କୁ ଜମାରୁ ଖାତିର କରୁନଥିଲେ। ତେବେ ଆମେ ଏହା ଗ୍ରହଣ କରୁଛନ୍ତି କି ତପସ୍ୱିନୀ ବହୁତ କଷ୍ଟ ପାଇଲେଣି କିନ୍ତୁ ତାର ଅର୍ଥ ନୁହେଁ ତୁମେ ଯାହା ଇଚ୍ଛା କହିବ।
ତେବେ କିନ୍ତୁ ସୁମିତ ଏହି ବାର୍ତାଳ୍ପ ରେ କେବଳ ଏତିକି କହୁଥିଲେ କି ତୁମର ପ୍ରକୃତି ସେମିତି ଆଉ ତୁମର ବ୍ୟବହାର ବି ଏହିପରି। ତେଣୁ ତୁମକୁ ଯାହା ଇଚ୍ଛା ହେଉଛି ତୁମେ କରିଛ ଆଉ ମୋ ଜୀବନ କୁ ସମ୍ପୂର୍ଣ୍ଣ ନଷ୍ଟ କରି ସାରିଲଣି ତୁମେ। ତେବେ ଏହି ଅଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏହି ଅଡ଼ିଓ ବିଷୟ ରେ ଲୋକମାନେ ଜାଣିବା ପରେ କେହି କେହି ତପସ୍ୱିନୀ ଙ୍କୁ ନିନ୍ଦା ମଧ୍ୟ କରିଛନ୍ତି ଆଉ କେହି କେହି ଏହା ତାଙ୍କ ହୃଦୟ ମଧ୍ୟରେ ଥିବା ଯନ୍ତ୍ରଣାର ପ୍ରତିରୂପ ବୋଲି ମଧ୍ୟ କହୁଛନ୍ତି।