ଆଇପିଏଲ୍ 2021 ଏପ୍ରିଲ 9 ତାରିଖ ରୁ ଆରମ୍ଭ ହୋଇଥିଲା, IPL କୁ ଦୃଷ୍ଟି ରେ ରଖି ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶ (IPL All-time XI) ଚୟନ କରିଛନ୍ତି। ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ଭାରତୀୟ କିମ୍ବଦନ୍ତୀ ଗାଭାସ୍କରଙ୍କ ଦଳରେ ସ୍ଥାନ ପାଇଛନ୍ତି। ଗାଭାସ୍କର ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶରେ ଚାରିଜଣ ବିଦେଶୀ ଏବଂ 7 ଜଣ ଭାରତୀୟ ଖେଳାଳିଙ୍କୁ ବାଛିଛନ୍ତି। ଗାଭାସ୍କର ଏମଏସ ଧୋନିଙ୍କୁ ତାଙ୍କ ଅଧିନାୟକ ଭାବରେ ବାଛିଛନ୍ତି।

ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର ଆଇପିଏଲ ଟାଇଟଲ ଜିତିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପାଞ୍ଚ ଥର ଆଇପିଏଲ ଜିତିଛି। ରୋହିତ ଅଧିକ ଆଇପିଏଲ ଟାଇଟଲ ଜିତିବା ସତ୍ତ୍ୱେ ଗାଭାସ୍କର ଧୋନିଙ୍କୁ ପସନ୍ଦ କରିଥିଲେ। ଧୋନି ଆଇପିଏଲରେ 188 ଟି ମ୍ୟାଚ୍ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରୁ ସେ 110 ଟି ମ୍ୟାଚ୍ ଜିତିଛନ୍ତି। ସେ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି।

ଷ୍ଟାର୍ ସ୍ପୋର୍ଟସରେ ଏକ ଶୋ’ରେ ଗାଭାସ୍କର ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶ ଘୋଷଣା କରିଥିଲେ। ସେ ରୋହିତ ଶର୍ମାଙ୍କୁ ତାଙ୍କ ଦଳରେ ଓପନର୍ ଭାବରେ ସାମିଲ କରିଥିଲେ। ଗାଭାସ୍କର କ୍ରିସ୍ ଗେଲଙ୍କୁ ତାଙ୍କ ସାଥୀ ଓପନର୍ ଖେଳାଳି ଭାବରେ ବାଛିଥିଲେ। ଏହା ସହ ମଧ୍ୟ କ୍ରମରେ ସେ ଡେଭିଡ ୱାର୍ଣ୍ଣରଙ୍କୁ ତିନି ନମ୍ବର ବ୍ୟାଟ୍ସମ୍ୟାନ୍ ଏବଂ ବିରାଟ କୋହଲିଙ୍କୁ ଚତୁର୍ଥ ନମ୍ବରରେ ବାଛିଥିଲେ।
ଗାଭାସ୍କର ସୁରେଶ ରାଇନାଙ୍କୁ ପଞ୍ଚମ ସ୍ଥାନରେ ନେଇଥିଲେ। ଏହା ପରେ ସେ ଏବି ଡି ଭିଲିୟର୍ସଙ୍କୁ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ଚୟନ କରିଥିଲେ। ସେ ମହେନ୍ଦ୍ର ସିଂ ଧୋନିଙ୍କୁ ସପ୍ତମ ନମ୍ବରରେ ଫିନିସର୍ ଭାବରେ ଚୟନ କରିଛନ୍ତି। ଏବଂ ଦଳରେ ଅଧିନାୟକ ଭୂମିକାରେ ଏବଂ ୱିକେଟ୍ କିପର ଭୂମିକାରେ ମଧ୍ୟ ଚୟନ କରିଛନ୍ତି । ଦଳରେ ରବିନ୍ଦ୍ର ଜାଡେଜା ଏବଂ ସୁନୀଲ ନାରିନଙ୍କୁ ସ୍ପିନ୍ ବୋଲିଂ ଏବଂ ଅଲରାଉଣ୍ଡର ଭାବରେ ଗାଭାସ୍କର ସ୍ଥାନ ଦେଇଛନ୍ତି । ଗାଭାସ୍କର ଦ୍ରୁତ ବୋଲର ଭାବରେ ଜସପ୍ରୀତ ବୁମ୍ ରାହା ଏବଂ ଭୁବନେଶ୍ୱର କୁମାରଙ୍କୁ ବାଛିଛନ୍ତି।

ସେ ଆଇପିଏଲରେ ସର୍ବାଧିକ ୱିକେଟ୍ ନେଇଥିବା ଦ୍ୱାଦଶ ଖେଳାଳି ଭାବରେ ଲାସିଥ୍ ମାଲିଙ୍ଗାଙ୍କୁ ଚୟନ କରିଛନ୍ତି । ଦଳ ଚୟନ ପରେ ଗାଭାସ୍କର କହିଛନ୍ତି ଯେ ଯଦି ମୁଁ କୌଣସି ଖେଳାଳିଙ୍କୁ ସ୍ଥାନ ଦେଇନାହିଁ, ତେବେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ମୋ ଜୀବନରେ କେବେବି ଚୟନକର୍ତ୍ତା ହୋଇ ନାହିଁ ଏବଂ ବର୍ତ୍ତମାନ ମୁଁ ବୁଝି ପାରୁଛି ଦଳ ବାଛିବା କେତେ କଷ୍ଟକର।
ସୁନୀଲ ଗାଭାସ୍କରଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶ,(IPL All-time XI)-
ରୋହିତ ଶର୍ମା, କ୍ରିସ୍ ଗେଲ, ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ସୁରେଶ ରାଇନା, ଏବି ଡି ଭିଲିୟର୍ସ, ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ସୁନୀଲ ନାରିନ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ଲାସିଥ ମାଲିଙ୍ଗା (ଦ୍ୱାଦଶ ଖେଳାଳି)।