ସଂସ୍କାର : ବହୁ ଚର୍ଚ୍ଚିତ ରାଜଧାନୀର ବ୍ଲେକ୍ମେଲର୍ ଲେଡି ଅର୍ଚ୍ଚନା ନାଗଙ୍କ ବିଷୟରେ ମତ ଦେଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ଆପଣ ଜାଣିଥିବେ ଯେ, ଯେକୌଣସି ବିଷୟ ବସ୍ତୁ ଉପରେ ବାଇଟ୍ ନେବା ପାଇଁ ଆମ ମିଡ଼ିଆ ଭାଇ ଓ ଭଉଣୀମାନେ ସୁର ବାବୁଙ୍କୁ ଭୁଲନ୍ତି ନାହିଁ। ତାଙ୍କ ଠାରୁ ଯେମିତି ହେଲେ ବ୍ରେକିଙ୍ଗ ଖବରକୁ ନେଇ ବାଇଟ୍ ଆଣିଥାନ୍ତି।
ତେବେ ବର୍ତ୍ତମାନ ରାଜଧାନୀର ବ୍ଲେକ୍ମେଲର୍ ଲେଡି ଅର୍ଚ୍ଚନା ନାଗଙ୍କ ବିଷୟରେ ମିଡ଼ିଆ ସମ୍ମୁଖରେ ନିଜର ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ରାଉତରାୟ। ସେ କହିଛନ୍ତି ଯେ, ପୁରୀରେ ଅଠର ନଳା କିନ୍ତୁ ଏଇଠି ଅନେକ ନଳା । କିଏ , କେତେବେଳେ, କେଉଁଠି ବୁଡିକି ବାହାରିଛି ମୁଁ କେମିତି କହିବି।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରସଙ୍ଗରେ କଡାକଡି ତଦନ୍ତ ହେବା ଆବଶ୍ୟକ। ଏହି ନଳାରୁ କେତେ ଯେ , ଆଇପିଏସ୍ , ଆଇଏସ୍, ଡାକ୍ତର, ନେତାମନ୍ତ୍ରୀ, ଶିଳ୍ପପତି ପାଣି ପିଇଛନ୍ତି ତାହାର ହିସାବ ନାହିଁ। ନ ହେଲେ ୪ ବର୍ଷରେ ଅର୍ଚ୍ଚନା ଯେଉଁଭଳି ସମ୍ପତି କରିଛି, ସେହିଭଳି ଟାଟା, ବିର୍ଲା , ଆମ୍ବାନୀ ଆଉ ଆଦାନୀ ବି କରି ପାରିବେ ନାହିଁ।
ସୁର ରାଉତରାୟ ରାୟ ବ୍ଲେକ୍ମେଲର୍ ଲେଡି ଅର୍ଚ୍ଚନା ନାଗଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ସେ ଯାହା ହେଉ ମାନିବାକୁ ପଡିବ ଏହି ମହିଳାଙ୍କୁ। ମୁଁ ୟାଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ନେତୃତ୍ୱରେ ଏତେ ଲୋକ ଯେ ଲାଭ ପାଇଛନ୍ତି ଆରେ ବାପ୍ ରେ। ତେବେ ଏହି ମାମଲାରେ କଡାକଡି ତଦନ୍ତ ହେଉ ବୋଲି ସୁର କହିଛନ୍ତି।