ଚଳିତ ବର୍ଷ କରୋନା ମହାମାରୀ ହେତୁ ବିସିସିଆଇ UAE ରେ ଆଇପିଏଲ୍ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତି ନେଇଥିଲା, ଆଇପିଏଲର 13 ତମ ସିଜନ 19 ସେପ୍ଟେମ୍ବରରୁ 10 ନଭେମ୍ବର ପର୍ଯ୍ୟନ୍ତ ଚାଲିବ |
ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ ଖେଳାଳି ସୁରେଶ ରାଇନା ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ସହ 21 ଅଗଷ୍ଟରେ ୟୁଏଇ ଅଭିମୁଖେ ଯାତ୍ରା କରିଥିଲେ। ସୁପର କିଙ୍ଗ୍ସର ସଦସ୍ୟମାନେ 15 ରୁ 20 ଅଗଷ୍ଟ ପର୍ଯ୍ୟନ୍ତ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଇଥିଲେ, ଏହି ସମୟରେ ବରିଷ୍ଠ ସ୍ପିନର ହରଭଜନ ସିଂ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ସେ ୟୁଏଇ ଗସ୍ତରେ ଟିକେ ବିଳମ୍ବ କରିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ।
ଚଳିତ ବର୍ଷ ଆଇପିଏଲରୁ ରାଇନାଙ୍କ ଭାରତ ଫେରିବା ଏହାଦ୍ୱାରା ଟିମ୍କୁ ଏକ ଶକ୍ତ ଧକ୍କା ଲାଗିଛି, ଚଳିତ ସିଜନରେ ଭଲ ଫର୍ମକୁ ଫେରିବା ପାଇଁ ତାଙ୍କର ବହୁତ ଆଶା ଥିଲା, କିନ୍ତୁ ହଠାତ୍ ଭାରତ ଫେରି ଆସିଛନ୍ତି। ଟୁର୍ନାମେଣ୍ଟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK ) କୁ ଏକ ବଡ ଝଟକା ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତ ଫେରିଛନ୍ତି, ତେବେ ସେ ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ବୋଲି କହିଛନ୍ତି।