ସଂସ୍କାର: ଆମ ପୋଷ୍ଟର ଟାଇଟଲ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ। କାରଣ ଘଟଣାଟି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ପ୍ରତିଦିନ ଆମର ଚାରିପଟେ ବହୁତ କିଛି ଘଟଣା ଘଟୁଛି। ସେଥିମଧ୍ୟରୁ କେତେଗୁଡିଏ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରୁଛି। ଯାହାକି ଆମ ସାମନାରେ ଘଟୁଛି। କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଗୋଟିଏ ଗଛକୁ ନେଇ।
ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ । କୃଷି କ୍ଷେତ୍ରରେ ନୂଆ କୌଶଳ କାରଣରୁ ଏହା ‘ଟ୍ରି ଅଫ୍ ୪୦’ ଭାବେ ସମ୍ଭବ ହୋଇଛି। ‘ଟ୍ରି ଅଫ ୪୦’ ନାମକ ଏହି ଗଛ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ସେରାକ୍ୟୁଜ ବିଶ୍ୱବିଦ୍ୟାଳୟର ଭିଜୁଆଲ ଆର୍ଟ୍ସର ପ୍ରଫେସର ଗ୍ରାଫ୍ଟିଙ୍ଗ ନାମକ କୌଶଳର ସାହାରା ନେଇ ‘ଟ୍ରି ଅଫ୍ ୪୦’ କୁ ସମ୍ଭବ କରିଛନ୍ତି । ଏହି ଗଛରେ ଫଳ ହେବାକୁ ପ୍ରାୟ ୯ ବର୍ଷ ସମୟ ଲାଗିଛି।
ଗ୍ରାଫ୍ଟିଙ୍ଗ ଟେକନିକରେ ବୃକ୍ଷ ରୋପଣର ଏକ ବିଚ୍ଛିନ୍ନ ପ୍ରକ୍ରିୟା ପ୍ରୟୋଗ କରାଯାଇଥାଏ । ଗଛର ଗୋଟିଏ ଶାଖାକୁ କଲି ସମେତ ଅଲଗା କରାଯାଇଥାଏ ଓ ଶୀତ ଋତୁରେ ଏହାକୁ ମୁଖ୍ୟ ଗଛରେ ଛିଦ୍ର କରି ରୋପଣ କରାଯାଇଥାଏ । ୨୦୦୮ ମସିହାରେ ‘ଟ୍ରି ଅଫ୍ ୪୦’ କାମ ଆରମ୍ଭ କରାଯାଇଥିଲା।
ତେବେ ଏହି ଗଛରେ ବାଦାମ, ଏପ୍ରିକଟ୍, ଚେରି, ପିଚ୍ ଭଳି ୪୦ ପ୍ରକାରର ଫଳ ଏକାସାଙ୍ଗେ ଫଳିଥାଏ । ଅନ୍ୟପଟେ ଏହି ଗଛର ଛୋଟ ଚାରର ଦାମ ପ୍ରାୟ ୧୯ ଲକ୍ଷ ଟଙ୍କା । ଗୋଟିଏ ଗଛରେ ରଙ୍ଗ ବେରଂଗ ବିଭିନ୍ନ ଫଳ ଫଳୁଥିବାରୁ ଗଛଟି ବହୁତ ସୁନ୍ଦର ଦେଖାଯାଉଛି। ଗଛଟି ଆଜି ‘ଟ୍ରି ଅଫ୍ ୪୦’ ଭାବେ ବେଶ ଜଣାଶୁଣା ହୋଇସାରିଛି।