ସଂସ୍କାର : ଗତ 30 ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା ଦେ । ଓଲିଉଡ ନାୟିକା ରିୟା ଦେ ସୁନିଲ କୁମାର ଦଲାଇଙ୍କୁ ପ୍ରେମ ବିବାହ କରିଛନ୍ତି।ଉଭୟଙ୍କ ରିସେସ୍ପନରେ ପରିବାର ଲୋକ, ବନ୍ଧୁ ଏବଂ ଓଲିଉଡର ଅନେକ କଳାକାରମାନେ ଯୋଗ ଦେଇଥିଲେ।
ରିୟା ଏବଂ ସୁନିଲଙ୍କ ରିସେସ୍ପନରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ମଧ୍ୟ ପହଁଚିଥିଲେ। ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏହି ଦୁଇ ଜଣଙ୍କ ବୈବାହିକ ଜୀବନ ଖୁସିରେ କଟୁ। ପ୍ରଭୁ ଜଗନ୍ନାଥ, ଯୀଶୁ, ଆଲ୍ଲା ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ହିରୋଇନ୍ ବିବାହ କଲେ ବି ସେ ହିରୋଇନ ହୋଇ ରହିବ। ଆଉ ହିରୋ ବି ବିବାହ କଲେ ହିରୋ ହୋଇ ହିଁ ରହିବ। ସେଥିରେ କିଛି ପରିବର୍ତ୍ତନ ନାହିଁ।
ତେବେ ଯେତେବେଳେ ସୁରଙ୍କୁ ସାମ୍ବାଦିକ ପଚାରିଲେ ଯେ, ଯଦି ରିୟାଙ୍କ ସହ ଚଳଚିତ୍ର କରିବା ପାଇଁ ଅଫର ଦିଆଯିବ ତେବେ ଆପଣ ତାଙ୍କ ହିରୋ ହେବେ କି ? ଏହି ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ମୁଁ ସବୁବେଳେ ରେଡି। ମୋତେ ଯେତେବେଳେ ଡାକିବେ ମୁଁ ରେଡି।