ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ପାରାନର୍ମାଲ୍ ରିସର୍ଚ୍ଚର କଲେ ବଡ଼ ଖୁଲାସା, କହିଲେ କଳା ସାର୍ଟ ପିନ୍ଧି …. : ପଢନ୍ତୁ ପୁରା ରିପୋର୍ଟ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅନେକଙ୍କୁ ଗଭୀର ଆଘାତ ଦେଇଛି । ତାଙ୍କ ମୃତ୍ୟୁ ରହସ୍ୟର ଅଡୁଆ ଖିଅ ଦିନକୁ ଦିନ ଆଉରି ଅଡୁଆ ହେବାରେ ଲାଗିଛି । ଗୋଟିଏ ପଟେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ଗ୍ରହଣ କରିପାରୁ ନଥିବାବେଳେ ଅନ୍ୟପକ୍ଷରେ ଏମିତି କିଛି ପ୍ରଶ୍ନ ମୁଣ୍ଡ ଟେକୁଛି ଯାହା ତାଙ୍କୁ ହତ୍ୟା କରାଯାଇଛି ବୋଲି ଈଶାରା କରୁଛି ।

ସୁଶାନ୍ତ ସିଂଙ୍କ ପ୍ରଶଂସକ ଆଦୌ ବିଶ୍ଵାସ କରିପାରୁ ନାହାନ୍ତି ଯେ ତାଙ୍କ ଭଳି ଜଣେ ଖୁସ୍ ମିଜାଜ୍ ଲୋକ ଯିଏ ଖୁବ ଦୃଢ ମନୋବଳର ଥିଲେ, ସେ ଯେ କେବେ ଆତ୍ମହତ୍ୟା କରିବେ ! ତେଣୁ ପୋଲିସ ତଦନ୍ତ ବାଆଦେ ବି ତାଙ୍କ ଫ୍ୟାନ ଆଉ ଫଲୋୟର୍ସ ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ ଜାଣିବାକୁ ଅନ୍ୟ ପନ୍ଥା ଆପଣାଉଛନ୍ତି ।

ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ଯେଉଁଟା ପାରାନର୍ମାଲ୍ ରିସର୍ଚ୍ଚ ସହ ଜଡ଼ିତ ଏବଂ ଯେଉଁଥିରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ଖୁଲାସା କରାଯାଇଛି । ଏହି ଭିଡ଼ିଓରେ କସ୍ମୋ ପାରାନର୍ମାଲ୍ ଆଣ୍ଡ ଘୋଷ୍ଟ ହଣ୍ଟିଂ ସୋସାଇଟି ଅଫ୍ ଇଣ୍ଡିଆ-ୟୁକେ-ୟୁଏସଏର ଜଣେ ବ୍ୟକ୍ତି ପ୍ରସିଦ୍ଧ ପାରାନର୍ମାଲ ଏକ୍ସପର୍ଟସ ଶନ୍ ଲର୍ସନ ଏବଂ ଟ୍ରାମା ଲର୍ସନଙ୍କ ସହ କଥା ହୋଇଛନ୍ତି । ସେମାନେ ସାଧାରଣତଃ ଅପ୍ରାକୃତିକ ଶକ୍ତି କିମ୍ବା ଅଶରୀରି ଉପରେ ଗବେଷଣା କରନ୍ତି ।

ଭାଇରାଲ ହେଉଥିବା ଉକ୍ତ ଭିଡ଼ିଓ ଅନୁସାରେ ସୁଶାନ୍ତଙ୍କ ଆତ୍ମା ସହିତ ଏକ୍ସପର୍ଟ କଥା ହୋଇଛନ୍ତି ଏବଂ ସୁଶାନ୍ତ ନିଜେ ତାଙ୍କୁ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି । ଅର୍ଥାତ୍ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ ବର୍ତ୍ତମାନ ସେ ଜାଣିନାହାନ୍ତି ଯେ ସୁଶାନ୍ତଙ୍କୁ କିଏ ମାରିଛନ୍ତି । କିନ୍ତୁ ସୁଶାନ୍ତଙ୍କୁ ଜଣେ ପୁରୁଷ ହତ୍ୟା କରିଛନ୍ତି ଓ ହତ୍ୟା କଲାବେଳେ କଳା ଶାର୍ଟ ପିନ୍ଧିଥିଲେ । ଏକ୍ସପର୍ଟ  ଏକଥା ବି କହିଛନ୍ତି ଯେ ସତର ଖୁଲାସା ଖୁବ୍ ଶୀଘ୍ର ହେବ ।

Leave a Reply

Your email address will not be published. Required fields are marked *