ଆପଣ ଜାଣନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପୁରା 3 ମାସ ବିତିଯାଇଛି, ତାଙ୍କ ମୃତ୍ୟୁ ପରଠାରୁ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନ୍ୟାୟ ପାଇଁ ଦାବି କରିଆସୁଛନ୍ତି ଏବଂ ବର୍ତ୍ତମାନ ସେ ପୁଣି ଥରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି।
ଅଭିନେତ୍ରୀ ଅଙ୍କିତା ଲେଖିଛନ୍ତି ଯେ ‘ସମୟ ଚାଲିଯାଏ, ଜୀବନ ନିଜ ବେଗରେ ଚାଲିଥାଏ, କିନ୍ତୁ କିଛି ସ୍ମୃତି ଅତ୍ୟନ୍ତ ଖାସ୍ ହୋଇଥାଏ ଯାହା କେବେ ବି ଭୁଲି ହୁଏ ନାହିଁ, ସେହି ସ୍ମୃତି ସବୁବେଳେ ସାଥିରେ ରହିଯାଏ, ବିଶେଷ କରି ଯେଉଁ ଲୋକ ବହୁତ ନିଜର ହୋଇଥାଏ,ତୁମେ ସବୁବେଳେ ଆମ ମନରେ ରହିବ, ସୁଶାନ୍ତ..
ଏହାପୂର୍ବରୁ, #Plants4SSR ର କେପସନ ରେ ଅଙ୍କିତା ଅନେକ ଗଛ ଲଗାଇବା ସମୟରେ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରିଥିଲେ, ସେ ଲେଖିଥିଲେ – ‘ହାଚି ଏବଂ ମା, ମୋର ସାଥୀ ଗଛ ଲଗାଉଛନ୍ତି, ସୁଶାନ୍ତଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ମନେ ରଖିବା ପାଇଁ ଏହା ହେଉଛି ଆମର ଏକ ଜାରିୟା ଅଟେ।