ନିକଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଓଡ଼ିଆ ନବାଗତା ଅପସରା ରାଣୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ସସ୍ପେଣ୍ଡ୍ କରାଯାଇଛି । ଅଗଷ୍ଟ ୧୪ ତାରିଖ ଦିନ ଅପସରାଙ୍କ ପ୍ରଥମ ହିନ୍ଦୀ ଚଳଚିତ୍ର “ଥ୍ରୀଲର” ରିଲିଜ୍ ହୋଇଥିଲାବେଳେ ସୋସିଆଲ ମିଡ଼ିଆର ଟ୍ଵିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ରଦ୍ଦ କରିଦିଆଯାଇଛି । ସୋସିଆଲ ମିଡ଼ିଆର ନିୟମ ଭାଙ୍ଗିଥିବା ଅଭିଯୋଗରେ ଏପରି କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କ ଆକାଉଣ୍ଟଟି ହେଉଛି @apsara_rani_
ସୂଚନା ଅନୁସାରେ ଅପସରାଙ୍କ ଆକାଉଣ୍ଟରେ ଅତିକମରେ ତାଙ୍କର ୪୫ ହଜାର ଫଲୋର୍ସ ଥିଲେ । ଯଦିଓ ବିଭିନ୍ନ ସମୟରେ ଅପସରାଙ୍କୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଥିଲେ । ତେବେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଅଚାନକ ତାଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟକୁ ରଦ୍ଦ କରିଦିଆଯାଇଛି ।
ସୂଚନା ଥାଉ ଯେ ବଲିଉଡ଼ର ପ୍ରସିଦ୍ଧ ତଥା ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ “ଥ୍ରୀଲର” ରିଲିଜ୍ ହେବା ପୂର୍ବରୁ ହିଁ ସେ ଦ୍ଵିତୀୟ ଥର ପାଇଁ ଆଗାମୀ ଫିଲ୍ମ “ଡେଞ୍ଜରସ୍”ରେ ଅପସରାଙ୍କୁ ସାଇନ କରାଇ ସାରିଛନ୍ତି । ଅପସରାଙ୍କ ସହିତ ଆଗାମୀ ଫିଲ୍ମରେ ନୈନା ଗାଙ୍ଗୁଲି ଅଭିନୟ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ କିନ୍ତୁ ଅପସରାଙ୍କ ପ୍ରଥମ ଫିଲ୍ମ “ଥ୍ରୀଲର”କୁ ନେଇ ଓଡ଼ିଶାର ହିନ୍ଦୁ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଅଶ୍ଳୀଳତା ସହିତ ଦେବାଦେବୀଙ୍କ ନାମ ଉଚ୍ଚାରଣକୁ ନେଇ ଅଭିଯୋଗ ହେଇଥିଲା ।