ସତ ହେଲା ସନ୍ଦେହ : ପୁରୁଷ ବନ୍ଧୁ ସାମ୍ନାରେ ସ୍ତ୍ରୀକୁ ପିଟିଲା ସ୍ୱାମୀ , ଭିଡ଼ିଓ ଭାଇରାଲ୍

ସଂସ୍କାର : ସ୍ତ୍ରୀ ରଖିଥିଲା ପୁରୁଷ ବନ୍ଧୁ ସହିତ ଅନୈତିକ ସମ୍ପର୍କ। ସ୍ତ୍ରୀର ଏହି ସମ୍ପର୍କ ବିଷୟରେ ସନ୍ଦେହ କରୁଥିଲା ସ୍ୱାମୀ। ଆଉ ସବୁଦିନିଆ ଲୁଚାଛପା ପ୍ରେମରେ ଲାଗିଲା ପୂର୍ଣ୍ଣଛେଦ। ଆଉ ସ୍ତ୍ରୀ ଓ ସ୍ତ୍ରୀର ପୁରୁଷ ବନ୍ଧୁକୁ ନିର୍ଧୂମ୍ ଛେଚିଲେ ମହିଳାଙ୍କର ସ୍ୱାମୀ। ବର୍ତ୍ତମାନ ଏହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ । ଏହି ଅଞ୍ଚଳର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି , ଯେଉଁଥିରେ ଜଣେ ମହିଳାଙ୍କୁ ଜଣେ ପୁରୁଷ ବାଡ଼ିରେ ବାଡାଉଥିବାର ନଜର ଆସିଛି। ଅଲିରାଜପୁର ଜିଲ୍ଲାର ସୋଣ୍ଡୱା ଥାନାର ଅମରାଲୀ ଗାଁରୁ ଏହି ଘଟଣା ସାମାନାକୁ ଆସିଛି । ତେବେ ଏହି ଭିଡ଼ିଓଟି ଗତ ଶୁକ୍ରବାର ଦିନର କୁହାଯାଉଛି। ଭିଡ଼ିଓ ଭାଇରାଲ ହେବା ପରେ ରବିବାର ଦିନ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ଏହି ମାମଲାରେ ଭିଡ଼ିଓ ରେକର୍ଡ କରିଥିବା ଏବଂ ସେହି ମହିଳାଙ୍କ ପତିଙ୍କ ସହ ୬ ଲୋକଙ୍କୁ ଗିରଫ କରିଛି ପୋଲିସ୍।

ଭାଇରାଲ ଭିଡ଼ିଓରେ ନଜର ଆସୁଛି କି , କିଛି ଲୋକ ଜଣେ ମହିଳାଙ୍କୁ ଜମିରେ ମାଡ଼ ମାରୁଛନ୍ତି । ଏହି ମହିଳାଙ୍କ ସହ ଯେଉଁ ଯୁବକ ଅଛନ୍ତି , ତାଙ୍କୁ ବି ମାଡ଼ ମରାଯାଉଛି । ଯେବେ ଏହି ଭାଇରାଲ ଭିଡ଼ିଓକୁ ପୁଲିସ୍‌ ଯାଞ୍ଚ କରିଥିଲା। ଆଉ ଏକ ଆଶ୍ଚର୍ଯ୍ୟ ମାମଲା ସାମନାକୁ ଆସିଥିଲା । ସୂଚନାଯୋଗ୍ୟ ଯେ, ଅଲିରାଜପୁର ଜିଲ୍ଲାର ସୋଣ୍ଡୱା ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ନିଜର ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା । ଏହି ଆଶଙ୍କାରେ ଯେବେ ସେ କ୍ଷେତରେ ନିଜ ପତ୍ନୀ ଓ ତାଙ୍କର ବନ୍ଧୁଙ୍କୁ ଏକା ସାଥିରେ ଦେଖିଲେ ନିଜର ୨ଜଣ ସାଙ୍ଗ ଓ ମାଆ ବାପାଙ୍କୁ ଧରି ସେଠାରେ ପହଞ୍ଚିଲେ । ଆଉ ମାଡ଼ପିଟି କଲେ । ମହିଳାଙ୍କ ପତିଙ୍କର ଜଣେ ସାଙ୍ଗ ଏହି ଘଟଣାର ଭିଡ଼ିଓ କରିଥିଲେ ।

ଏହି ଯୁବତୀଙ୍କୁ କିଛି ଲୋକଙ୍କ ଦ୍ୱାରା ମାଡ଼ ମରାଯାଉ ଥିବାର ଭିଡ଼ିଓ ଭାଇରାଲ ହେବା ପରେ ଅଲିରାଜପୁରର ସୋଣ୍ଡୱା ପୁଲିସ୍‌ ମାମଲା ରୁଜୁ କରି ମହିଳାଙ୍କର ପତି , ଶାଶୂ -ଶୂଶୂର ଓ ତାଙ୍କର ୨ ଜଣ ସାଙ୍ଗଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *