ହାର୍ଟଆଟାକ୍ ହେବା ପୂର୍ବରୁ ଦେଖାଯାଏ ଏହି ୫ ଟି ଲକ୍ଷଣ, ଜାଣନ୍ତୁ କ’ଣ କଁ’ଣ …

ସଂସ୍କାର : ହାର୍ଟଆଟାକ୍, ଏହା ଏପରି ଏକ ରୋଗ ଯାହାକୁ ହୋଇଥାଏ ସେହି ବ୍ୟକ୍ତି ବଞ୍ଚିବାର ମାତ୍ରା କମ ହୋଇଥାଏ। ଅଧିକାଂଶ ଲୋକ ହାର୍ଟ ଆଟାକ୍ କାରଣରୁ ମୃତ୍ୟୁବରଣ କରିଥାନ୍ତି। ତେବେ ହାର୍ଟ ଆଟାକ ଆସିବାର ଲକ୍ଷଣ ମନୁଷ୍ୟ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ହାର୍ଟଆଟାକ୍ ହେବା ପୂର୍ବରୁ ଦେଖାଯାଉଥିବା ୫ଟି ଲକ୍ଷଣ ବିଷୟରେ।

୧) ଛାତି ଯନ୍ତ୍ରଣା: ଯଦି ଅଧିକାଂଶ ସମୟରେ ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି କିମ୍ବା ଜଳାପୋଡା ହେଉଛି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ଲକ୍ଷଣ ହାର୍ଟଆଟାକ୍ ର ପ୍ରାରମ୍ଭ ଅବସ୍ଥା।

୨) ସର୍ବଦା ଥକ୍କା ବା ହାଲିଆ ଲାଗିବା: ଯଦି ଆପଣଙ୍କୁ ବିନା କୌଣସି କାରଣରୁ ହାଲିଆ ଲାଗୁଛି ତେବେ ଆପଣଙ୍କୁ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ହୋଇପାରେ। ଏପରିକି ହାର୍ଟକୁ ଚାପ ମଧ୍ୟ ପଡିପାରେ। ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ ଏବଂ ନିଜର ଚିକିତ୍ସା କରାଇନିଅନ୍ତୁ।

୩) ଶିରାପ୍ରଶୀରାର ରଙ୍ଗ ବଦଳିବା ନୀଳ : ହାର୍ଟ ଆମ ସଂପୂର୍ଣ୍ଣ ଶରୀରକୁ ରକ୍ତ ସପ୍ଲାଏ କରିଥାଏ,ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ହାର୍ଟ ଆଟାକ୍ ଆସିବାର ଥିବ ତେବେ ଏହି ସମୟରେ ବ୍ଲଡ ସପ୍ଲାଏ କରୁଥିବା ଏହି ଶିରାପ୍ରଶିରା ଗୁଡିକ ନୀଳ ହୋଇଯିବ। ଏପରି ଯଦି ନୀଳ ରଙ୍ଗ ଶିରାପ୍ରଶିରା ଦେଖାଯାଏ ତେବେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ମୁଣ୍ଡ ବୁଲାଇବା: ଯଦି ଆପଣଙ୍କର ବାରମ୍ବାର ମୁଣ୍ଡ ବୁଲା ରୋଗ ଦେଖାଦେଉଥାଏ , ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହାଡ଼ , ଗୋଡ଼, ଦାନ୍ତ ବିନ୍ଧା: ହୃଦଘାତ ପୂର୍ବରୁ କେବଳ ଛାତିରେ ନୁହେଁ ହାତ, ଗୋଡ଼, ଦାନ୍ତ ଓ ଶିର ବିନ୍ଧା ହେବାର ଲକ୍ଷଣମାନ ରୋଗୀଠାରେ ଦେଖାଯାଏ । ଯଦି ଆପଣଙ୍କ ଶରୀରରେ ଏଭଳି କିଛି ସମସ୍ୟା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହାର୍ଟ ଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ। ଯଦି ସେହିସବୁ ଲକ୍ଷଣଗୁଡିକୁ ଜାଣି ସଠିକ୍ ସମୟରେ ଚିକିତ୍ସା କରାଯାଏ ତେବେ ହାର୍ଟ ଆଟାକରୁ ଆପଣ ବଂଚିଯାଇ ପାରନ୍ତି ।

Leave a Reply

Your email address will not be published. Required fields are marked *