ରିୟାଙ୍କ ସମର୍ଥନରେ ଏହି ଅଭିନେତ୍ରୀ ଙ୍କ ଟୁଇଟ୍ କରିବା ପଡିଲା ମହଙ୍ଗା, ଖୁବ ଭାଇରଲ ହେଉଛି ଏହି ଟୁଇଟ୍

taapsee pannus tweet in support of rhea chakraborty goes viral

ଯେତେବେଳେ ସୁଶାନ୍ତଙ୍କ ପିତା କେ.କେ ସିଂ ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ କରିଥିଲେ ସେତେବେଳେ ରିୟା ସମସ୍ତଙ୍କ ନଜର ରେ ଆସିଥିଲେ। କେ କେ ସିଂ ରିୟାଙ୍କ ନାମରେ ଅନେକ ଅଭିଯୋଗ କରିଛନ୍ତି, କେବଳ ଏତିକି ନୁହେଁ କେ କେ ସିଂ ରିୟାଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ପୁଅ ସୁଶାନ୍ତଙ୍କୁ ଔଷଧ ନାମରେ ବିଷ ଦେଉଥିଲେ ଏବଂ ସେଠାରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ମଧ୍ୟ କରିଥିଲେ ।

ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ରିୟାଙ୍କୁ ମିଥ୍ୟାବାଦୀ ଏବଂ ଅଭିଯୁକ୍ତ ବୋଲି କହୁଛନ୍ତି। ରିୟା ଏକ ସାକ୍ଷାତକାର ଦେବା ଦିନଠାରୁ ଶ୍ୱେତା ଏହା ମଧ୍ୟ କହିଛନ୍ତି ଯେ ରିୟା ସୁଶାନ୍ତ ଏବଂ ତାଙ୍କ ପରିବାରର ଭାବମୂର୍ତ୍ତିକୁ ଖରାପ କରିବାକୁ ଚାହୁଁଛନ୍ତି।

କିନ୍ତୁ ଏହି ସମୟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଟ୍ୱିଟ ଖୁବ ଭାଇରଲ ହେଉଛି । ତାପସୀ ରିୟାଙ୍କୁ ସମର୍ଥନ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ବ୍ୟକ୍ତିଗତ ଭାବେ ମୁଁ ସୁଶାନ୍ତ କିମ୍ବା ରିୟାଙ୍କୁ ଜାଣି ନାହିଁ, କିନ୍ତୁ ମୁଁ ଏତିକି ଜଣେ ଯେ ନ୍ୟାୟପାଳିକା ଆଗରୁ କାହାକୁ ବି ଦୋଷୀ ପ୍ରମାଣ କରିବା ଭୁଲ୍। ଏବଂ ନିୟମ ଉପରେ ବିଶ୍ୱାସ କରିବା ଉଚିତ ବୋଲି କହିଥିଲେ ଏହି ଅଭିନେତ୍ରୀ ।

କିନ୍ତୁ ତାପସୀଙ୍କ ଟ୍ୱିଟ ପରେ ତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *