ଦକ୍ଷିଣ ଚୀନର ବୈଜ୍ଞାନିକମାନଙ୍କ ଏକ ଦଳ କରୋନା ଭାଇରସର ପ୍ରକୃତ ଗଠନ ବିଷୟରେ ଜାଣିବାକୁ ପାଇଛନ୍ତି । କୋଷ ସଂକ୍ରମିତ ସମୟରେ କୋଷର ଅବସ୍ଥା କିପରି ରହୁଛି ସେ ବିଷୟରେ ସୂଚନା ପାଇ ଫଟୋ ମଧ୍ୟ ଉଠାଇଛନ୍ତି ।
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ ଏକ ସମସ୍ୟା ପାଲଟିଥିଲାବେଳେ ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହା ଉପରେ ଅନୁସନ୍ଧାନ କରୁଛନ୍ତି । ଏଯାଏଁ ଭାଇରସ କେମିତି ଦେଖାଯାଉଛି ସେ ବିଷୟରେ ଜାଣିବାକୁ ସକ୍ଷମ ହୋଇଥିଲେ କିନ୍ତୁ ବର୍ତ୍ତମାନ ଦକ୍ଷିଣ ଚୀନର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ଭାଇରସର ପ୍ରକୃତ ଗଠନ ବିଷୟରେ ଜାଣି ପାରିଛନ୍ତି ।
ଏମିତି ବି କହିହେବ ଯେ ଦକ୍ଷିଣ ଚୀନର ଅନୁସନ୍ଧାନକାରୀମାନେ କରୋନା ଭାଇରସକୁ ଜୀବନ୍ତ ଧରିବାରେ ସଫଳ ହୋଇଛନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଏହି ଭାଇରସ ଏକ କୋଷକୁ ସଂକ୍ରମିତ କରେ, ବୈଜ୍ଞାନିକମାନେ ସେହି ସମୟରେ କୋଷର ଅବସ୍ଥାର କିପରି ବୋଲି ଫଟୋ ଉଠାଇବାରେ ସଫଳ ବି ହୋଇଥିଲେ । ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଚୀନର ସ୍କେଙ୍ଗେନର ଏକ ଅନୁସନ୍ଧାନକାରୀ ଦଳ ପ୍ରଥମ ଫଟୋ ପ୍ରକାଶ କରିଛନ୍ତି ଯେଉଁତିରେ ନୂତନ ଜୀବନ୍ତ କରୋନା ଭାଇରସ ପ୍ରକୃତରେ କିପରି ଦେଖାଯାଉଛି ଜାଣିହେବ ।
ଫ୍ରୋଜେନ୍ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ୍ ଆନାଲିସିସ୍ ଟେକ୍ନୋଲୋଜି ସାହାଯ୍ୟରେ ଏହି ପ୍ରତିଛବି କଏଦ୍ ହୋଇଛି । ଏହି କୌଶଳ ମାଧ୍ୟମରେ ଭାଇରସକୁ ନିରପେକ୍ଷ କରିବା ପରେ ଏହି ଭାଇରସ ଧରା ପଡିଛି । ଏହି କୌଶଳ ଦ୍ଵାରା ଭାଇରସର ଜୈବିକ ନମୁନା ସୁରକ୍ଷିତ ଥିଲା, ଯାହା ଦର୍ଶାଏ ଭାଇରସ ଜୀବିତ ଥିଲା । ଅନୁସନ୍ଧାନ ଦଳର ସଦସ୍ୟ ତଥା ସହଯୋଗୀ ପ୍ରଫେସର ଲିୟୁ ଚୁଆଙ୍ଗ କହିଛନ୍ତି ଯେ ଭାଇରସ ଜୀବିତ ଥିବା ସମୟରେ ନ ବଢି ସମାନ ହୋଇଥଲେ । ଏହା ସହିତ ଦଳ ମଧ୍ୟ ଭାଇରସ ସଂକ୍ରମିତ କୋଷର ସ୍ଥିତି ହାସଲ କରିବାରେ ସଫଳ ହୋଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସ୍କେଙ୍ଗେନ୍ ନ୍ୟାସନାଲ୍ କ୍ଲିନିକାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଏବଂ ସାଉଥ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ମିଳିତ ଦଳ ଦ୍ୱାରା ହାସଲ କରାଯାଇଛି । ଏହା ଭାଇରସ ଚିହ୍ନଟ, ଏହାର ବିଶ୍ଳେଷଣ ଏବଂ ଆବଶ୍ୟକ କ୍ଲିନିକାଲ ଅନୁସନ୍ଧାନ ପାଇଁ ବାଟ ଖୋଲିପାରେ । ସାଉଥ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଫ୍ରୋଜେନ୍ ମାଇକ୍ରୋସ୍କୋପି ସେଣ୍ଟରରେ ଆସୋସିଏଟ୍ ପ୍ରଫେସର ଲିୟୁ ଚୁଆଙ୍ଗ କହିଛନ୍ତି ଯେ ଫଟୋ ଉଠାଇବା ପଛରେ ବୈଜ୍ଞାନିକ ମହତ୍ଵ ରହିଛି, ଯାହା ଭାଇରସର ଜୀବନଚକ୍ର ବୁଝିବାରେ ସାହାଯ୍ୟ କରିବ ।