ସଂସ୍କାର : ମହାମାରୀ କରୋନା ଭାଇରସ ବିଶ୍ୱରେ ନିଜର କାୟାବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନୂଆ ନୂଆ ଭ୍ୟାରିଆଣ୍ଟରେ ନିଜର କରାଳ ରୂପ ଆମକୁ ଦେଖାଉଛି ଏହି ମାରାତ୍ମକ ଭାଇରସ। ସେପଟେ ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶର ଲୋକମାନେ ନିଜ ଶରୀରରେ କରୋନା ଟୀକା ନେବାର ପକ୍ରିୟାକୁ ଜୋରଦାର କରିଛନ୍ତି। କେତେକ ଦେଶର ଲୋକମାନେ କରୋନା ଟିକାର ଦ୍ଵିତୀୟ ଡୋଜ ନେଉଥିବା ବେଳେ, ଆଉ କେତେକ ଦେଶର ଲୋକମାନେ କରୋନାଠାରୁ ରକ୍ଷା ପାଇବା ପାଇଁ ଟୀକାର ତୃତୀୟ ଡୋଜ ନେବା ପାଇଁ ଚିନ୍ତା କରୁଛନ୍ତି।
ତେବେ ଯଦି ଆପଣ ବି କରୋନାର ତୃତୀୟ ଲହର ଠାରୁ ରକ୍ଷା ପାଇବା ପାଇଁ ତୃତୀୟ ଡୋଜ ନେବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ସତର୍କତା ବିଷୟରେ କହିବୁ। କରୋନାର ତୃତୀୟ ଲହର ପାଇଁ ବୁଷ୍ଟର ଡୋଜ ଟୀକା ନେବା ଉଚିତ। ତେବେ କରୋନା ଭ୍ୟାକସିନର ୨ଟି ଯାକ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଏହି ବୁଷ୍ଟର ଡୋଜ ଟୀକା ଦିଆଯାଉଛି। ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ୍ବ, ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ଯୋଦ୍ଧାଙ୍କୁ ଏହି ଟୀକା ଦିଆଯାଉଛି। ତେବେ ଯେଉଁ ବ୍ୟକ୍ତିମାନେ ବୁଷ୍ଟର ଡୋଜ ଟୀକା ନେଉଛନ୍ତି ସେମାନଙ୍କୁ କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,
୧) ବୁଷ୍ଟର ଡୋଜ ଟୀକା ନେବା ପାଇଁ ଆପଣଙ୍କୁ ଭ୍ୟାକସିନର ଦ୍ୱିତୀୟ ଡୋଜ ୯ ମାସ ପୂର୍ବରୁ ନେଇଥିବା ଆବଶ୍ୟକ। ଏଥିପାଇଁ ନୂଆ ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ। ଆପଣ ଟୀକା ଦାନ କେନ୍ଦ୍ରକୁ ଯାଇ ସିଧାସଳଖ ବୁଷ୍ଟର ଡୋଜ ଟୀକା ନେଇପାରିବେ।
୨) ବିଶେଷଜ୍ଞମାନେ କହିଛନ୍ତି ଯେ, ବୁଷ୍ଟର ଡୋଜ ଆଣ୍ଟି ବଡି ସ୍ତରକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ। ଆପଣ ବୁଷ୍ଟର ଡୋଜ ନେବା ଦ୍ୱାରା କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟ ଆପଣଙ୍କ ନିକଟକୁ ଆସିବ ନାହିଁ।
୩) ବର୍ତ୍ତମାନ କରୋନା ଟୀକାର ବୁଷ୍ଟର ଡୋଜ ହେଲ୍ଥ ୱାର୍କର, ୬୦ ବର୍ଷରୁ ଉର୍ଦ୍ଧ୍ବ କିମ୍ବା ଯେଉଁମାନେ ଦୁଇଟି ଡୋଜ ନେବାର ୯ ମାସ ହୋଇଯାଇଛି ସେହିମାନେ ହିଁ କେବଳ ନେଇପାରିବେ। ଆପଣ ପୂର୍ବରୁ ଯେଉଁ ଟୀକା ନେଇଛନ୍ତି କେବଳ ତାର ବୁଷ୍ଟର ଡୋଜ ନେଇ ପାରିବେ।
୪) ଅନ୍ୟପଟେ ଯଦି ଆପଣ କୌଣସି ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ ଅଛନ୍ତି ତେବେ ଆପଣ ବୁଷ୍ଟର ଡୋଜ ନେଇ ପାରିବେ। କାର୍ଡିୟ ବେକସୁଲର ଡିଜିଜ, ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ , କ୍ୟାନ୍ସର, ସିକଲ ସେଲ ଡିଜିଜ, ଡ଼ାଈବିଟିଜ, କିଡ୍ନୀ ଡିଜିଜ ଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ବୁଷ୍ଟର ଡୋଜ ନେଇ ପାରିବେ।