ତନ୍ତ୍ର ବାବା କଲେ ମହିଳାଙ୍କୁ ଦୁଷ୍କର୍ମ , ଆଉ ହେଲେ ଗିରଫ, ପଢ଼ନ୍ତୁ ସମ୍ପୂର୍ଣ ଘଟଣା

ସଂସ୍କାର : ତନ୍ତ୍ର ବାବାଙ୍କର ରସିକିଆମୀ। କାଳୀମାତାଙ୍କ ସାଧକଙ୍କ କଳାକାରନାମା । ସୂଚନା ଅନୁଯାୟୀ ଜଣେ ମହିଳା ନିଜର ପାରିବାରିକ କଳହର ସମାଧାନ ପାଇଁ କାଳିସି ସାଧକଙ୍କ ନିକଟକୁ ଯାଇଥିଲେ। କିନ୍ତୁ ଭଣ୍ଡ ବାବା ଜଣଙ୍କ ତନ୍ତ୍ର ସାଧନା ମାଧ୍ୟମରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଆଉ ବର୍ତ୍ତମାନ ଏହି ବାବାଙ୍କୁ ଗିରଫ କରିଛି ପୋଲିସ।

ଆଉ ବାବାଙ୍କର କଳାକାରନାମା ପଦାକୁ ଆସିଯାଇଛି।ମହିଳାଙ୍କୁ ମିଠା ମିଠା କଥା କହି ଆଉ ତାଙ୍କୁ ଇମୋସ୍ନାଲ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କର ସରଳ ମନରେ ବିଷ ଦେଇ ଏଭଳି ଅମାନୁଷିକ କାର୍ଯ୍ୟ କରିଥିଲେ କାଳିସି ବାବା। ଆଉ ବର୍ତ୍ତମାନ ଏହି ବାବା ଜଣକ ପୋଲିସ କବଜାର।

ସୂଚନା ଅନୁଯାୟୀ, ମହିଳାଙ୍କ ଅଭିଯୋଗ ଆଧାରରେ ଏହି ଭଣ୍ଡ ବାବାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସତ୍ୟବାଦୀ ପୋଲିସ। ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ନିଜ ପରିବାରରେ ଲାଗିରହୁଥିବା ଅଶାନ୍ତିକୁ ସମାଧାନ କରିବା ପାଇଁ ସତ୍ୟବାଦୀ ଅଞ୍ଚଳର ବିଶ୍ୱନାଥପୁର ଦଳିତ ସାହିର ଶିବ ପ୍ରସାଦ ଭୋଇ ନାମକ ଜଣେ ଭଣ୍ଡ ବାବାଙ୍କ ପାଖକୁ ଯାଇଥିଲେ। ଆଉ ମହିଳାଙ୍କ ସରଳ ବିଶ୍ୱାସର ଫାଇଦା ନେଇ ଏହି ଭଣ୍ଡ ବାବ ଜଣକ ତାଙ୍କୁ କରିଥିଲେ ଦୁଷ୍କର୍ମ। 

Leave a Reply

Your email address will not be published. Required fields are marked *