ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ୍ କୁ ନେଇ ବଡ ଖବର, ନିଜେ କଣ କହିଲେ ତପସ୍ଵିନୀ ଦେଖନ୍ତୁ ଭିଡ଼ିଓ

ସଂସ୍କାର : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ୍ ଆଉ ତପସ୍ଵିନୀଙ୍କ ପାରିବାରିକ ବିବାଦକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ଦୀର୍ଘ ତିନି ମାସ ହେବ ଏହି ଦମ୍ପତିଙ୍କର ପାରିବାରିକ କଳି ଓଡ଼ିଶାରେ ଚର୍ଚ୍ଚାର ବିଷୟ ଥିଲା। ଏବେ ବି ଏମାନଙ୍କ ବିଷୟରେ ଚର୍ଚ୍ଚା ସ୍ଥାନେ ସ୍ଥାନେ ହେଉଥିବାର ଦେଖାଯାଇଛି। ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହୁଛନ୍ତି। ଅନ୍ୟପଟେ ଅନେକ ଦିନର ବ୍ୟବଧାନ ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି।

ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ଯେ, ଜାନୁୟାରୀ ୪ ତାରିଖରେ ଜିଲ୍ଲା କୋର୍ଟ ସୁମିତଙ୍କୁ ଯାହା ଆଦେଶ ଦେଇଥିଲେ ତାହା ହିଁ ହେଉଛି। ସେ ମୋତେ ପ୍ରତି ମାସରେ ୧୭ ହଜାର ଟଙ୍କା ଦେଉଛନ୍ତି। ଆଉ ମୁଁ ବର୍ତ୍ତମାନ ମୋ ଶାଶୁ ଘରେ ରହୁଛି। ମୋ ଶାଶୁ ମଧ୍ୟ ସମୟ ସମୟରେ ମୋ ସହିତ କଥା ହେଉଛନ୍ତି। ମୁଁ ବର୍ତ୍ତମାନ ଠିକଠାକ୍ ଅଛି।

ତପସ୍ଵିନୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବର୍ତ୍ତମାନ ମୋ ଶାଶୁ ଘରେ ଅଛି । ତେବେ ସୁମିତ୍ ପ୍ରଥମ ମାସରେ ୧୭ ହଜାର ଟଙ୍କା ଦେଇ ନ ଥିଲେ। କିନ୍ତୁ ଦ୍ୱିତୀୟ ମାସ ପାଇଁ ସେ ୧୭ ହଜାର ଟଙ୍କା ଦେଇଛନ୍ତି। ଦ୍ଵିତୀୟ ମାସରେ ସେ ଟଙ୍କା ଡିଡି ରୂପେ ସନ୍ଧ୍ୟା ୬ଟାରେ ଏସଡିଜିଏମଙ୍କ ପାଖରେ ଜମା କରିଥିଲେ। ଆଉ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ
ଆଜି ମୁଁ ଆସିଥିଲି ଏହି ଡିଡି ନେବା ପାଇଁ। ମୁଁ ଏହି ଟଙ୍କା ଆଣି ସାରିଛି । କିନ୍ତୁ ଏହି ଟଙ୍କା ପ୍ରଥମ ମାସର ମିଳିବାର ଥିଲା’।

ତପସ୍ଵିନୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ମାସର ଟଙ୍କା ଦ୍ୱିତୀୟ ମାସରେ ମିଳିଲା। ମୋ ପାଇଁ ଟଙ୍କା ସବୁ କିଛି ନୁହଁ। ମୋ ପାଇଁ ମୋ ସ୍ୱାମୀ ସବୁକିଛି। ଟଙ୍କା ମୋ ପାଇଁ ମ୍ୟାଟର କରେ ନାହିଁ ମୋ ପାଇଁ ମ୍ୟାଟର ହେଉଛନ୍ତି ମୋ ସ୍ଵାମୀ । ମୁ ଭୋକ ଉପାସରେ ୪୭ ଦିନ ବାହାରେ ବସିଛି । ମୋତେ ଟଙ୍କା ଦରକାର ନାହିଁ। ଯିଏ ରୋଡରେ ରହୁଥିଲା ଏତେ କଷ୍ଟରେ ସେ ବିନା ଟଙ୍କାରେ ବି ରହିପାରିବ। ଚଳି ବି ପାରିବ। ଆଉ ମୁଁ ରହିଛି ମଧ୍ୟ। ଆଉ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯାହା ଅଛି ସେଇଟା କେବଳ ଆମେ ଦୁହେଁ ଜାଣିଛୁ ଥାର୍ଡ ପର୍ଶନ କେହି ଜାଣି ନାହାନ୍ତି’ । ମୁଁ ଏହା କହିବାକୁ ଚାହୁଁଛି ଯେ, ଆମର ରି-ୟୁନିଅନ ବହୁତ ଶୀଘ୍ର ହେବାକୁ ଯାଉଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *