“ନାରୀ ରୂପେ ନାରାୟଣୀ ତପସ୍ବିନୀ” ଆସିଲା ଗୀତ, ହେଲା ଭାଇରାଲ୍, ଥରେ ଶୁଣି ନିଅନ୍ତୁ ଆପଣ…

ସଂସ୍କାର : ବହୁ ଚର୍ଚ୍ଚିତ ତପସ୍ବିନୀ ଆଉ ଡକ୍ଟର ସୁମିତ ପାରିବାରିକ ମାମଲାର ଶୁଣାଣି ଆସନ୍ତାକାଲି ହେବ। ଆଉ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ତପସ୍ବିନୀ ନିଜର ହକ ପାଇଁ ସଙ୍ଘର୍ଷ କରୁଛନ୍ତି। ସେ ଚାହୁଁଛନ୍ତି ଯେ ତାଙ୍କର ପ୍ରେମିକରୁ ସ୍ୱାମୀ ସାଜିଥିବା ସୁମିତ୍ ତାଙ୍କୁ ନିଜର କରି ନିଅନ୍ତୁ। ଆଉ ସୁମିତଙ୍କର ପରିବାର ମଧ୍ୟ ତପସ୍ବିନୀଙ୍କୁ ବୋହୂ ରୂପେ ସ୍ୱୀକାର କରୁ। କିନ୍ତୁ ତପସ୍ବିନୀଙ୍କୁ ବୋହୂ ବୋଲି ମାନିବାକୁ ଅରାଜି ହେଉଛନ୍ତି ସାହୁ ପରିବାର। ତେଣୁ ତପସ୍ବିନୀ ଦାଶ , ସୁମିତ୍ ସାହୁଙ୍କର ଗେଟ ସାମ୍ନାରେ ଦୀର୍ଘ ଦୁଇ ମାସ ହେବ ବସି ରହିଛନ୍ତି।

ତେବେ ଏହାରି ମଧ୍ୟରେ ତପସ୍ୱିନୀ ଦାସଙ୍କ ଦୁଇ ମାସର ସଙ୍ଘର୍ଷକୁ ଗୀତରେ ସଜାଇଛନ୍ତି ଦୁଇ ଜଣ ଯୁବତୀ କଣ୍ଠଶିଳ୍ପୀ। ପ୍ରଥମ ଦିନରୁ ତପସ୍ୱିନୀ ଯେଉଁଭଳି ଢଙ୍ଗରେ ସମସ୍ତ ପ୍ରତିକୂଳ ପରସ୍ଥିତିର ମୁକାବିଲା କରି ନିଜର ଲଢେଇ ଜାରି ରଖିଛନ୍ତି , ତାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି ଏହି ଦୁଇ ଯୁବତୀ। ତପସ୍ୱିନୀଙ୍କର ସଙ୍ଘର୍ଷକୁ ଗୀତରେ ଦେଖାଇବାକୁ ପ୍ରୟାସ କରାଯାଇଛି । ଏହି ଗୀତରେ ତପସ୍ୱିନୀଙ୍କୁ ନାରୀ ନୁହେଁ ବରଂ ନାରାୟଣୀ ବୋଲି ବର୍ଣ୍ଣନା କରାଯାଇଛି। ଆଉ ଗୀତର ଶୀର୍ଷକ ରହିଛି “କାନ୍ଦୁଛି ତପସ୍ବିନୀ”।

ଦେଖନ୍ତୁ ଭିଡିଓ…..

Leave a Reply

Your email address will not be published. Required fields are marked *